ଭବାନୀପାଟଣା, ଗତକାଲି କଳାହାଣ୍ଡି ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ ଗୁଡିକରେ ୩ୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଏହି ଲୋକ ଅଦାଲତରେ ଜିଲ୍ଲା ଦୌରାଜଜ ତଥା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ଦୀପ୍ତି ରଞ୍ଜନ କାନୁନଗୋ ଓ ସଚିବ ଜିଲ୍ଲା ଆଇନ ସେବା ପ୍ରାଧିକାରଣ ଗୌତମ ମିଶ୍ରଙ୍କତତ୍ଵାବଧାନରେ ବିଭିନ୍ନ ଅଦାଲତର ୨୪ ଗୋଟି ମୋଟର ଦୁର୍ଘଟଣା ଜନିତ କେ୍ସ ଫାଇସଲ କରାଯାଇ କ୍ଷତିପୂରଣ ବାବଦକୁ ଟ ୧,୫୯,୨୦,୦୦୦/-ଟଙ୍କା ପ୍ରଦାନ କରାଯାଇଥିଲା। ସେହିଭଳି ୨୩ଗୋଟି ଦେୱାନୀ ମୋକଦ୍ଦମାକୁ ଫାଇନ କରାଯାଇ ୭୪,୬୮୪/-ଟଙ୍କା ଫଇସଲା କରାଯାଇଥିଲା। ବିଚାର ଯୋଗ୍ୟ ୨୩୨ଗୋଟି ଫୌଜଦାରି କେ୍ସ ଫଇସଲା କରାଯାଇଥିଲା ଏବଂ NI Act (ଦଫା -୧୩୮)ଦଶ ଗୋଟି କେ୍ସ ଫାଇନାଲ କରାଯାଇ ଟ ୧୭,୭୧,୩୪୦/-ଟଙ୍କା ଆଦାୟ କରାଯାଇଥିଲା। ବିବାହଜନିତ ୮ ଗୋଟି କେ୍ସ, ରାଜସ୍ବ କେ୍ସ ୩୯୫ ଗୋଟି ଫାଇନାଲ କରାଯାଇ ଟ ୩,୩୧୯୭୪/-ଟଙ୍କା ଆଦାୟ କରାଯାଇଥିଲା ଓ ୨୫୧ ଗୋଟି ପ୍ରାକ ମୋକଦ୍ଦମା ସମନ୍ଧୀୟ ମାମଲାରେ ୭୪୮୯,୫୪୭/-ଟଙ୍କା ଆଦାୟ କରାଯାଇଥିଲା।
ଏହି ଲୋକ ଅଦାଲତରେ ପରିବାର ଅଦାଲତ ଜଜ ଲଳିତ କୁମାର ଦାଶ, ଅତିରିକ୍ତ ଜିଲ୍ଲା ଓ ଦୌରାଜଜ, ସଚିବ ଜିଲ୍ଲା ଆଇନ ସେବା ପ୍ରାଧିକରଣ କଳାହାଣ୍ଡି ଶୁଭ ଗୌତମ ମିଶ୍ର, ସିନିୟର ସିଭିଲ ଜଜ ସମାପିକା ମହାନ୍ତି, ରଶ୍ମିରେଖା ପାତ୍ର, ଉପଖନ୍ଡିୟ ଜଜ ପି. ସୀତା ଲକ୍ଷ୍ମୀ, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ସୁମିତ୍ରା ବିଶ୍ଵାଳ ଉପସ୍ଥିତ ରହି ନିଜ ନିଜ ଅଦାଲତର ପରିଚାଳନା କରିଥିଲେ।