ଭୁବନେଶ୍ୱର ,ରାଜଧାନୀରେ ବିଳମ୍ବିତ ରାତିରେ ଯୁବକଙ୍କୁ ନିଶା ଦେଇ ଦୁର୍ବୁର୍ତ ଟଙ୍କା, ସୁନା ଲୁଟ୍ କରିଥିବା ଅଭିଯୋଗ ହୋଇଛି । ଗତକାଲି ବିଳମ୍ବିତ ରାତିରେ ବାଙ୍କି ବୈଦେଶ୍ୱର ଅଂଚଳର ରାଘବାନନ୍ଦ ମହାପାତ୍ରଙ୍କ ପୁଅ ରବି ନାରାୟଣ ମହାପାତ୍ର ଏହି ଲୁଟର ଶୀକାର ହୋଇଛନ୍ତି । ୨୨ ବର୍ଷିୟ ରବି ନାରାୟଣ ଗତକାଲି ଦିଲ୍ଲୀରୁ ଟ୍ରେନରେ ଫେରିବା ପରେ ମାଷ୍ଟର କ୍ୟାଂଟିନରୁ ଅଟୋ ଯୋଗେ କଳିଙ୍ଗ ବିହାର ଯାଉଥିଲେ । ରାସ୍ତାରେ କେହି ତାଙ୍କୁ ଖାଦ୍ୟ ପାନୀୟରେ ନିଶା ଦେଇ ଲୁଟ କରିଥିବା ଅଭିଯୋଗ ହୋଇଛି । ତାଙ୍କ ଠାରୁ ପ୍ରାୟ ୨୦ ହଜାର ଟଙ୍କା ଏବଂ ସୁନା ମୁଦି ଓ ଚେନ ଲୁଟି ନେଇଛନ୍ତି ଦୁର୍ବୁର୍ତ । ଲୁଟ କରିବା ପରେ ଦୁର୍ବୁର୍ତ ରବିଙ୍କୁ ପୋଖରିପୁଟ ସ୍ଥିତ ମଧୁସୂଦନ ପାର୍କ ନିକଟରେ ଫୋପାଡ଼ିଦେଇଥିଲେ । ସକାଳୁ ମର୍ଣ୍ଣି ୱାକ ରେ ଆସିଥିବା ଲୋକେ ରାସ୍ତା କଡରେ ରବିଙ୍କୁ ଦେଖି ତାଙ୍କ ପରିବାର ଲୋକଙ୍କୁ ଫୋନ କରିବା ପରେ ତାଙ୍କୁ ସେଠୁ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲ ରେ ଭର୍ତି କରାଯାଇଛି ।
Related Stories
November 23, 2024