ଭଦ୍ରକ – ଧାମରାରେ ଜାଳେଣୀ ଗ୍ୟାସର ବ୍ୟାପକ କଳାବଜାରୀ ଚାଲିଛି । ଏହା ପ୍ରଶାସନର ଆଖି ଆଗରେ ଚାଲିଥିଲେ ମଧ୍ୟ ଏହାକୁ ରୋକ ଲଗାଇବାକୁ ସର୍ବସାଧାରଣରେ ଦାବୀ ହୋଇଛି,ଏପରିକି ରାଜ୍ୟ ସରକାରଙ୍କ ଧାମରା ମତ୍ସ୍ୟପୋତାଶ୍ରୟ ଏହି କଳାବଜାରୀର ପେଣ୍ଠ ସ୍ଥଳୀ ପାଲଟିଛି । ଘଟଣାରୁ ପ୍ରକାଶ ଧାମରାରେ ୧ହଜାରରୁ ଉଦ୍ଧ୍ୱର୍ ଟ୍ରଲର,ଭୁଟୁଭୁଟି ଏବଂ ଲଂଚ ମାନ ଚାଲୁଅଛି । ପ୍ରତ୍ୟେକ ବୋଟ ଏବଂ ଲଂଚ ମାନଙ୍କରେ ରନ୍ଧନ ଗ୍ୟାସ ବ୍ୟବହାରକୁ ଅନୁମତି ମିଳିଥିଲେ ମଧ୍ୟ ଏହି ସିଲିଣ୍ଡର ଗୁଡିକ ଅସାର ଉଠାଉନାହାନ୍ତି ସମବାୟ ସମିତି ଘରୋଇ ବିକ୍ରେତାଙ୍କ ହାତର ଚାଷୀ ଶୋଷିତ
ଭଦ୍ରକ, ୩ ସେପ୍ଟେମ୍ବର (ହି.ସ.) – ଭଦ୍ରକ ଜିଲ୍ଲାରେ ରହିଛି ୧୦୮ ଗୋଟି ସେବା ସମବାୟ ସମିତି । ସେମାନଙ୍କ ଜରିଆରେ ସରକାର ବାର୍ଷିକ ଶହ ଶହ କୋଟି ଟଙ୍କାର ଧାନ କ୍ରୟ କରୁଛନ୍ତି । ଶହ ଶହ କୋଟି ଟଙ୍କାର କୃଷି ଋଣ ଯୋଗାଇ ଦେଉଛନ୍ତି । ରିହାତିଦରରେ ଚାଷୀଙ୍କୁ ବିହନ ଓ ଅନ୍ୟାନ୍ୟକୃଷି ଯନ୍ତ୍ରପାତି ଯୋଗାଇ ଦିଆଯାଉଛି । ମୋଟାମୋଟି ଭାବେ କହିବାକୁ ଗଲେ ଚାଷୀ ଏବଂ ଚାଷର ବିକାସ କ୍ଷେତ୍ରରେ ସେବା ସମବାୟ ସମିତିଗୁଡିକ ଗୁରୁତ୍ୱପୁର୍ଣ୍ଣ ଭୁମିକା ଗ୍ରହଣ କରି ଆସୁଛନ୍ତି । ହେଲେ ଖରିଫ ହେଉ କିମ୍ଭା ରବି ଚାଷୀଙ୍କୁ ସାର ଯୋଗାଇ ଦେବା କ୍ଷେତ୍ରରେ ପଛରେ ପଡିଛି ସେବାସମବାୟ ସମିତି । ଚଳିତବର୍ଷ ଜିଲ୍ଲାକୁ ଯେତିକି ସାର ଯୋଗାଣ ହୋଇଛି ତାହାର ୧୦ ପ୍ରତିଶତ ସାର ମଧ୍ୟ ଉଠାଇ ନାହାନ୍ତି ସେବା ସମବାୟ ସମିତି । ଫଳରେ ଘରୋଇ ସାର ବିକ୍ରେତାଙ୍କ ହାତରେ ଶୋଷଣର ଶିକାର ହୋଇଛନ୍ତି ଜିଲ୍ଲାର ଲକ୍ଷ ଲକ୍ଷ ଚାଷୀ । ଚଳିତବର୍ଷ ଉଭୟ ଖରିଫ ଏବଂ ରବି ଋତୁ ସକାସେ ଜିଲ୍ଳା ପାଇଁ ମୋଟ ୪୬ ହଜାର ୪ ଶହ ମେଟ୍ରିକ ଟନ ସାରର ଆବଶ୍ୟକତା ରହିଥିବା ବେଳେ ଖରିଫ ସକାସେ ଆବଶ୍ୟକ ୩୯ ହଜାର ୪ ଶହ ମେଟ୍ରିକଟନ ସାର ଇତିମଧ୍ୟରେ ଜିଲ୍ଲାକୁ ଯୋଗାଣ ସରିଛି । ତେବେ ଆଶ୍ଚର୍ଯ୍ୟର କଥା ହେଲା ଚଳିତ ଖରିଫର ସବୁତକ ସାର ଇତିମଧ୍ୟରେ ଜିଲ୍ଲାକୁ ଯୋଗାଣ ସରିଥିଲେ ମଧ୍ୟ ସେଥିରୁ ମାତ୍ର ୭ ପ୍ରତିଶତ ଅର୍ଥାତ ୩ ହଜାର ୧୮୩ ମେଟ୍ରିକଟନ ସାର ସମବାୟ ସମିତିଙ୍କ ଜରିଆରେ ଉଠାଣ ହାଇଛି । ଅବଶିଷ୍ଟ ୩୬ ହଜାର ୨୧୭ ମେଟ୍ରିକଟନ ସାର ଜିଲ୍ଳାପାଇଁ ନିଯୁକ୍ତ ୪୯୫ ଜଣ ପ୍ରାଇଭେଟ ସାର ରିଟେଲରଙ୍କ ଜରିଆରେ ଉଠାଣ ହୋଇଛି । ସେହିଭଳି ଭଦ୍ରକ ଜିଲ୍ଲାରେ ୧୦୮ ଗୋଟି ସେବା ସମବାୟ ସମିତି ରହିଥିବା ବେଳେ ସେଥିରୁ ମାତ୍ର ୬୮ ଗୋଟି ସମବାୟ ସମିତି ଚାଷୀଙ୍କ ପାଇଁ ସାର ଉଠାଣ କରିଥିବା ବେଳେ ଅବଶିଷ୍ଟ ୪୦ ଗୋଟି ସମବାୟ ସମିତି ଚାଷୀଙ୍କୁ ସାର ଯୋଗାଣରୁ ଦୁରେଇ ରହିଛନ୍ତି । ଚଳିତବର୍ଷ ଭଦ୍ରକ ଜିଲ୍ଳାରେ ଖରିଫ କାର୍ଯ୍ୟକ୍ରମ ସକାସେ ସରକାର ଲକ୍ଷାଧିକ ଚାଷୀଙ୍କୁ ୪ ଶହ କୋଟିରୁ ଉର୍ଦ୍ଧ ଟଙ୍କାର କୃଷି ମଞ୍ଜୁର କରିଥିବା ବେଳେ ଋଣୀଚାଷୀଙ୍କୁ ସାର ଯୋଗାଣ କ୍ଷେତ୍ରରେ ସେବା ସମବାୟ ସମିତି ଗୁଡିକର ଏହି ଧରଣର ଅସହଯୋଗ ଚାଷୀଙ୍କୁ ହତାସ କରିଛି । କାରଣ ଚାଷୀଙ୍କୁ ବାହାରୁ କ୍ରୟ କରୁଥିବା ସାରରେ ସରକାରୀ ରିହାତି ମିଳୁଥିଲେ ମଧ୍ୟ ଅନ୍ୟାନ୍ୟ ସରକାରୀ ସୁବିଧା ଉପଲବ୍ଧ ହୋଇପାରୁ ନାହିଁ । ତାଛଡା ପ୍ରାଇଭେଟ ରିଟେଲରଙ୍କ ଠାରୁ କିଣାଯାଉଥିବା ସାର ର ମାନ,ଦର ଏବଂ ଓଜନକୁ ନେଇ ମଧ୍ୟ ଅନେକ ସମୟରେ ଦ୍ୱନ୍ଦ ଦେଖିବାକୁ ମିଳୁଛି । ତେବେ ଜିଲ୍ଳାରେ ଚାଷୀଙ୍କୁ ସାର ଯୋଗାଣକ୍ଷେତ୍ରରେ ସମବାୟ ସମିତିଗୁଡିର ଏହି ଅବହେଳାର କାରଣ ସଂର୍ପକରେ ଜାଣିବାକୁ ବିଭାଗିୟ କତୃପକ୍ଷଙ୍କୁ ଯୋଗାଯୋଗ କରାଯାଇଥିବାବେଳେ ସେମାନେ ସମବାୟ ସମିତି ଗୁଡିକୁ ସାର ରଖିବାକୁ ଆବଶ୍ୟକ ଘର ମିଳୁନଥିବା କଥାକୁ ମୁଖ୍ୟ ପ୍ରସଙ୍ଗ କରିଛନ୍ତି । ଅନ୍ୟପକ୍ଷରେ ସରକାରୀ ସାରଯୋଗାଣ ଅନଲାଇନ ମାଧ୍ୟମରେ କରାଯାଉଥିବା ଏବଂ ରିହାତି ଅର୍ଥ ଚାଷୀଙ୍କ ବ୍ୟାଙ୍କ ଜମାଖାତାକୁ ଯାଉଥିବା ହେତୁ ସମବାୟ ସମିତି ଗୁଡିକ ଏଥିନେଇ ବିଷେଶ ଆଗ୍ରହ ପ୍ରକାଶ କରୁନଥିବା କୁହାଯାଇଛି । ଫଳରେ ସମବାୟ ସଂସ୍ଥାଙ୍କ ଜରିଆରେ ଶହ ଶହ କୋଟି ଟଙ୍କାର କୃଷି ଋଣ ଯୋଗାଣ ସତ୍ୱେ ସେମାନେ ଚାଷୀଙ୍କୁ ସାର ଯୋଗାଣ ରେ ସଂପୁର୍ଣ୍ଣ ବିଫଳ ସାବ୍ୟସ୍ତ ହୋଇଛନ୍ତି । ଫଳରେ ପ୍ରାଇଭେଟ ସାର ରିଟେଲରଙ୍କ ହାତରେ ଚାଷୀ ଶୋଷଣର ଶିକାର ହେଉଛନ୍ତି ।
ଣରିହାତି ଯୁକ୍ତ ସିଲିଣ୍ଡର ହେବା ସହ ବ୍ୟବସାୟୀ ସଙ୍ଗଠନ ଗୁଡିକ ବାଣିଜ୍ୟିକ ସିଲିଣ୍ଡର ବ୍ୟବହାର କରିବା ଜରୁରୀ ବୋଲି ସରକାର ବିଞପ୍ତି ପ୍ରକାଶ କରିଛନ୍ତି । ମାତ୍ର ଏହି ସରକାରୀ ଆଇନକୁ ଖୋଲାଖୋଲି ଉଲଙ୍ଘନ କରାଯାଉଛି ।ଏଥିସହ ଧାମରା ବଜାରରେ ଗ୍ୟାସ କଳାବଜାରୀ ଚାଲିଥିବା ବେଳେ ଏହି ସମସ୍ତ ଗ୍ୟାସ ସିଲିଣ୍ଡର ଗୁଡିକ ଧାମରା ମତ୍ସ୍ୟପୋତାଶ୍ରୟ ମଧ୍ୟରେ ଗଚ୍ଛିତ ହୋଇ ରହୁଥିବା ଜଣାଯାଇଛି । ସରକାର ଏବଂ ଗ୍ୟାସ ଯୋଗାଣକାରୀ ସଂସ୍ଥା ଗୁଡିକ ଜନବସତି ଠାରୁ ସର୍ବନିମ୍ନ ୫ଶହ ମିଟର ଦୂରରେ ଷ୍ଟକୟାର୍ଡ ଖୋଲିବାର ନିୟମ ଥିବା ବେଳେ କେଉଁ ପରିସ୍ଥିତିରେ ସରକାରଙ୍କ ମତ୍ସ୍ୟପୋତାଶ୍ରୟ ଅଧିକାରୀ ନଳିନୀକାନ୍ତ ଦାସ ଏହି ଚୋରା କାରବାର କରୁଥିବା ମାଫିଆକୁ କିପରି ଶହ ଶହ ମତ୍ସ୍ୟଜିବୀଙ୍କୁ ନେଇ ଗଢି ଉଠିଥିବା କଲୋନୀ ମଧ୍ୟରେ ଗ୍ୟାସ ସିଲିଣ୍ଡର ଷ୍ଟକ କରିବାକୁ ଅନୁମତି ଦେଲେ ତାହା ତଦନ୍ତ ସାପେକ୍ଷ ହୋଇ ପଡିଛି । ତୁରନ୍ତ ଏହି ସିଲିଣ୍ଡର ରଖି ଚୋରା ବେପାର କରୁଥିବା ବ୍ୟକ୍ତିଙ୍କୁ ମତ୍ସ୍ୟପୋତାଶ୍ରୟ କଲୋନୀରୁ ହଟାଇବାକୁ ସର୍ବସାଧାରଣରେ ଦାବୀ ହୋଇଛି,ତୁରନ୍ତ ଜିଲ୍ଲାପାଳ ମହୋଦୟ ଦୃଷ୍ଟି ଦେବାକୁ ଅଂଚଳବାସୀ ଦାବୀ ଜଣାଇବା ସହ ଚୋରା ଗ୍ୟାସ ବେପାରୀ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବୀ ହୋଇଛି ।