ଗଞ୍ଜାମ, ଛତ୍ରପୁର ଏନଏସି କାର୍ଯ୍ୟାଳୟ ପରିସରରେ ଡୁଡା ପ୍ରକଳ୍ପ ନିର୍ଦ୍ଦେଶକ (ପିଡି) ନୀଳମାଧବ ଭୋଇ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ମୁକ୍ତା ଯୋଜନାରେ ଏନଏସିକୁ ୧୭ଟି ପ୍ରକଳ୍ପ ପାଇଁ ୨ କୋଟି ୨୦ ଲକ୍ଷ ଟଙ୍କା ଅନୁଦାନ ଆସିଥିବା ବେଳେ ସମସ୍ତ ପ୍ରକଳ୍ପର ଅଗ୍ରଗତି ନେଇ ନିର୍ବାହି ଅଧିକାରୀ ସମ୍ବିତ ସଂଗ୍ରାମଜିତ ସାହୁ ଓ କର୍ମଚାରୀଙ୍କ ସହ ସେ ଆଲୋଚନା କରିଥିଲେ । ନିର୍ଦ୍ଧାରିତ ସମୟରେ ପ୍ରକଳ୍ପ କାମ ଶେଷ କରିବା ପାଇଁ ଓ ଆସନ୍ତା ୨୨ ତାରିଖ ସୁଦ୍ଧା ୟୁ.ସି.ଦାଖଲ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ । ରାଜସ୍ଵ ଆଦାୟ ଲକ୍ଷ୍ୟ ପୂରଣ କରିବା ଦିଗରେ ଗୁରୁତ୍ଵାରୋପ କରିଥିଲେ । ଏହାସହ ନୂଆଘର ନିର୍ମାଣ ପାଇଁ ପ୍ଲାନିଂ ଅନୁମତି ପତ୍ର ନେବା ବାଧ୍ୟତାମୂଳକ, ନଚେତ୍ ଜରିମାନା ଆଦାୟ ହେବ ବୋଲି ସୂଚନା ଦେଇଛନ୍ତି ।
Related Stories
November 23, 2024