ବଲାଙ୍ଗିର, ଆଜି ସ୍ଥାନୀୟ ପତିତପାବନ ଏକାଡେମୀ ସଭାଗୃହରେ କେନ୍ଦ୍ର ସାହିତ୍ୟ ଏକାଡେମୀ ଓ ରଚନା ବଲାଙ୍ଗିର ମିଳିତ ଆନୁକୁଲ୍ୟରେ ଓଡ଼ିଆ ଯୁବ ଲେଖକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସଦସ୍ୟ ସାଧାରଣ ପରିଷଦ ସାହିତ୍ୟ ଏକାଡେମୀ ବିଜୟ କୁମାର ଶତପଥୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ଘାଟନୀ ଅଧିବେଶନରେ ସ୍ଵାଗତ ଭାଷଣ ଦେଇଥିଲେ ସହ ସମ୍ପାଦକ ସାହିତ୍ୟ ଏକାଡେମୀ କଲିକତା, ଓଡ଼ିଶା ସାହିତ୍ୟ ଏକାଡେମୀ ଓଡ଼ିଆ ଉପଦେଷ୍ଟା ମଣ୍ଡଳୀ ସଦସ୍ୟ ମନୋଜ କୁମାର ପଣ୍ଡା, ମୁଖ୍ୟ ଅତିଥି ଭାବେ ଉଦ୍ଘାଟନ କରିଥିଲେ ବିଶିଷ୍ଟ ଲେଖକ ଓ ସମାଲୋଚକ କାଳିଦାସ ମିଶ୍ର, ଧନ୍ୟବାଦ୍ ଅର୍ପଣ କରିଥିଲେ ରଚନା ସଭାପତି ସନାତନ ଠାକୁର । ଉଦ୍ଘାଟନ ପରେ ମଧ୍ୟାହ୍ନର ପ୍ରଥମ ଅଧିବେଶନ କ୍ଷୁଦ୍ରଗଳ୍ପ ପାଠ ଅଧିବେଶନରେ ଅଧ୍ୟକ୍ଷ ଥିଲେ ଗାଳ୍ପିକ ପ୍ରଦୀପ କୁମାର ମିଶ୍ର, ଗଳ୍ପ ପାଠ କରିଥିଲେ ବିଶ୍ଵନାଥ ସାହୁ, ଜଗନ୍ନାଥ ସାହୁ ଶ୍ରୁତକିର୍ତ୍ତୀ ତ୍ରିପାଠୀ।
ମଧ୍ୟାହ୍ନ ଭୋଜନ ପରେ ଦ୍ଵିତୀୟ ଅଧିବେଶନ” ମୁଁ କାହିଁକି ଲେଖେ ” ଅପରାହ୍ନ ୨ଟା ୩୦ ରେ ୱବସାଇଟ ସଭାମୁଖ୍ୟ ଥିଲେ ଭାଗରଥି ମିଶ୍ର, ନିଜ ନିଜର ବକ୍ତବ୍ୟ ରଖିଥିଲେ ଆନନ୍ଦ ଚନ୍ଦ୍ର ସାହୁ, ଲକ୍ଷ୍ମୀ ନାରାୟଣ ହୋତା, ଶ୍ରୀମତୀ ମୁକୁଲ ମିଶ୍ର, ସଞ୍ଜୟ କୁମାର ମିଶ୍ର ଓ ସ୍ଵାଗତିକା ସ୍ଵାଇଁ। ତୃତୀୟ ଅଧିବେଶନ କବିତା ପାଠ ଅପରାହ୍ନ ୪ଟା ରେ ସଭାମୁଖ୍ୟ ଥିଲେ କବି ପ୍ରହଲ୍ଲାଦ ଶତପଥୀ, କବି ଆଶିଷ କୁମାର ମିଶ୍ର, ଜୟଦ୍ରଥ ସୁନା, ମହେଶ୍ଵର ପ୍ରଧାନ, ମମତା ପ୍ରିୟଦର୍ଶିନୀ ସାହୁ ମୁକେଶ ବୈଷ୍ଣବ ପାଣିଗ୍ରାହୀ, ପୁନ୍ୟଦୀପା ଖମାରୀ । ଶେଷରେ କବି ରତ୍ନମୟ ତ୍ରିପାଠୀ ଧନ୍ୟବାଦ୍ ଅର୍ପଣ କରିଥିଲେ।