ବଲାଙ୍ଗିର, ବରଗଡ଼ରେ କୋଶଳ ସଂଗ୍ରାମୀ ତଥା କୋଶଳ ସପକ୍ଷବାଦୀଙ୍କ ଉପରେ ହୋଇଥିବା ଦମନଲୀଳା ପ୍ରତିବାଦରେ ଆଗାମୀ ସେପ୍ଟେମ୍ବର ୧୧ରେ କୋଶଳ ସେନା ପକ୍ଷରୁ ମହାବନ୍ଦ ଡାକରା ଦିଆଯାଇଥିଲା । ତେବେ କେତେକ ଅନିବାର୍ୟ୍ୟ କାରଣବଶତଃ ଏହି ମହାବନ୍ଦକୁ ସ୍ଥଗିତ ରଖାଯାଇଥିବା କୋଶଳ ସେନାର ଆବାହକ କୌସ୍ତୁଭ ସାହୁ ସୂଚନା ଦେଇଛନ୍ତି ।
ଅଲଗା କୋଶଲ ରାଜ୍ୟ ଦାବୀରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନକୁ ଓହ୍ଲାଇଥିବା କୋଶଳ ସପକ୍ଷବାଦୀଙ୍କୁ ଜେଲରେ ପୁରାଇ ପ୍ରଶାସନ ସେମାନଙ୍କ ସ୍ଵରକୁ ଚାପି ଦେବାକୁ ହୀନ ଉଦ୍ୟମ କରୁଛି । ତେବେ ପ୍ରଶାସନର ଏହି ପ୍ରୟାସ କେବେ ସଫଳ ହେବ ନାହିଁ । ଆଗାମୀ ଦିନରେ କୋଶଳ ମହାବନ୍ଦ ପାଇଁ ପୁଣି ଦିନ ଧାର୍ଯ୍ୟ କରାଯିବା ସହିତ ସମସ୍ତଙ୍କୁ ଅବଗତ କରାଯିବ ବୋଲି ଶ୍ରୀ ସାହୁ ସୂଚନା ଦେଇଛନ୍ତି ।