
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ବିଦ୍ୟାଳୟ ସ୍ତରୀୟ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଛାତ୍ରୀ ମାନଙ୍କ ମଧ୍ୟରେ ଏହା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ରାଜ୍ୟ ପରିବହନ ପ୍ରାଧିକରଣ ଦ୍ଵାରା ପ୍ରସ୍ତୁତ ହୋଇଥିବା ଛୋଟ ଛୋଟ ସଚେତନତା ବାର୍ତ୍ତା ମୂଳକ ଭିଡିଓ ମାନ ସ୍ମାର୍ଟ କ୍ଲାସ୍ ରୁମ୍ ରେ ପିଲାମାନଙ୍କୁ ପ୍ରଦର୍ଶିତ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଆଞ୍ଚଳିକ ପରିବହନ ଅଧିକାରୀ ରବିନ୍ ପଟ୍ଟନାୟକ ଉପସ୍ଥିତ ରହି ଛାତ୍ରୀ ମାନଙ୍କୁ ସଡ଼କ ସୁରକ୍ଷା ସମ୍ପର୍କିତ ବିଭିନ୍ନ ଆଇନ୍ କାନୁନ୍ ସମ୍ବନ୍ଧରେ ବୁଝାଇବା ସହ ରାସ୍ତାଘାଟର କିପରି ସୁରକ୍ଷିତ ଭାବେ ଯାତ୍ରା କରିପାରିବା ସେ ବିଷୟରେ ବୁଝାଇଥିଲେ। ପରେ ଛାତ୍ରୀ ମାନଙ୍କ ମଧ୍ୟରେ ସଡ଼କ ସୁରକ୍ଷା ସମ୍ବନ୍ଧିତ ଏକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ କରାଯାଇ କୃତି ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଆସୋସିଏସନ୍ ଅଫ୍ ଟୁଇଟର ଆକ୍ଟୀଭିଷ୍ଟସ୍ ର ସଦସ୍ୟମାନେ ପରିଚାଳନାରେ ସହଯୋଗ କରିଥିଲେ।