
ପାରାଦୀପ, ପାରାଦୀପ ସମୁଦ୍ର ପାଣିର ରଙ୍ଗ ବଦଳିବା ସହିତ ଏହା ଫେଣଯୁକ୍ତ ହୋଇପଡିଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ଏହି ପାଣିରେ କୌଣସି କେମିକାଲ୍ ମିଶି ଯାଇଥିବା ସନ୍ଦେହ କରାଯାଉଛି । ବିଶେଷ କରି କଳକାରଖାନାରୁ ନିର୍ଗତ କୌଣସି କେମିକାଲ ପାଣିରେ ମିଶି ପାଣିକୁ ପ୍ରଦୂଷିତ କରିଥିବା ତଥା ଏଭଳି ସ୍ଥିତି ଉପୁଜିଥିବା ଅନୁମାନ କରାଯାଉଛି ।
ଅନ୍ୟପକ୍ଷରେ ଏନେଇ ଚିନ୍ତା ବ୍ୟକ୍ତ କରିଛନ୍ତି ସ୍ଥାନୀୟ ପରିବେଶବିତ୍ । ଜଳ ଜୀବଙ୍କ ଉପରେ ଏହାର କୁପ୍ରଭାବ ପଡିପାରେ ବୋଲି ସେମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି ।