
ପୁରୀ,ଆଜି ସଂନ୍ଧ୍ୟାରେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ବଣଭୋଜି ବେଶ ଓ ବଡଛତା ମଠ ନିକଟରେ କୋଳିବିକା ନୀତି ଅନୁଷ୍ଠିତ ହେବ । ରତ୍ନସିଂହାସନ ଉପରେ ଅଧିଷ୍ଠିତ ଚତୁର୍ଦ୍ଧାମୂର୍ତି ଭକ୍ତଙ୍କୁ ବଣଭୋଜି ବେଶରେ ଦର୍ଶନ ଦେବେ । ମଧ୍ୟାହ୍ନ ଧୂପ ପରେ ଏହି ବେଶ ଆରମ୍ଭ ହୋଇଛି । ଶ୍ରୀମନ୍ଦିରରେ ୬ ତାରିଖ କୃଷ୍ଣ ଜନ୍ମୋତ୍ସବ ପରେ ୭ ତାରିଖ ନନ୍ଦୋତ୍ସବ ଅନୁଷ୍ଠିତ ହୋଇଥିଲା । ଏହି କ୍ରମରେ ଆଜି ଠାରୁ ମହାପ୍ରଭୁଙ୍କ ବିଭିନ୍ନ ବେଶ ଓ ଲୀଳା ଅନୁଷ୍ଠିତ ହେବ ।
ବଣଭୋଜି ବେଶରେ ଶ୍ରୀଉମାନଙ୍କୁ ଶ୍ରୀଭୁଜ, ଶ୍ରୀପୟର, ବିଭିନ୍ନ ଆୟୁଧ ଓ ଅନ୍ୟାନ୍ୟ ସ୍ଵର୍ଣ୍ଣ ଅଳଙ୍କାର ଲାଗି କରାଯିବ ।