ଭୁବନେଶ୍ୱର, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଅଭିଯୋଗ ସତ ବୋଲି ପ୍ରମାଣିତ ହୋଇଛି । ରାଜ୍ଯ ସରକାର ଏହାକୁ ସ୍ୱୀକାର କରିଛନ୍ତି | ମୁଖ୍ୟ ଯନ୍ତ୍ରୀଙ୍କ ପକ୍ଷରୁ ଅଧିକ୍ଷଣ ଯନ୍ତ୍ରୀଙ୍କୁ ଲେଖାଯାଇଥିବା ଚିଠିରେ ଏନେଇ ସ୍ପଷ୍ଟ ହୋଇଛି |
ମିଳିଥିବା ସୂଚନା ଅନୁସାରେ ଜବରଦଖଲ ହଟାଇ ଯଥା ଶୀଘ୍ର ଡେରାସ କ୍ଷୁଦ୍ର ଜଳସେଚନ କେନାଲର ପୁନରୁଦ୍ଧାର ପାଇଁ ତହସିଲଦାର ଓ ଅଧିକ୍ଷଣ ଯନ୍ତ୍ରୀଙ୍କୁ ମୁଖ୍ୟ ଯନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି | ସେହିପରି ଗତ ଦୁଇ ବର୍ଷ ଧରି କେନାଲ ଜବରଦଖଲ ହୋଇଥିଲେ ବି କାହିଁକି କୌଣସି କାର୍ଯ୍ୟାନୁଷ୍ଠାନ ନିଆଗଲା ନାହିଁ, ସେନେଇ ଜବାବ ରଖିବାକୁ ଅଧିକ୍ଷଣ ଯନ୍ତ୍ରୀଙ୍କୁ ମୁଖ୍ୟ ଯନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି | ବାସ୍ତବରେ ଡେରାସ କ୍ଷୁଦ୍ର ଜଳସେଚନ ପ୍ରକଳ୍ପରୁ ଚାଷ ଜମିକୁ ବର୍ଷ ବର୍ଷ ଧରି ପାଣି ଆସିପାରୁନଥିଲା। ଏହି ପ୍ରକଳ୍ପର କେନାଲ ଚାରିପାଖେ ବାଡ଼କରି କେନାଲକୁ ପୋତି ଦିଆଯାଇଥିଲା। ବାରମ୍ବାର ଅଭିଯୋଗ ପରେ ଦୁଇଦିନ ପୂର୍ବେ ସାଂସଦ ଅପରାଜିତା ଷଡ଼ଙ୍ଗୀ ଗ୍ରାମବାସୀଙ୍କ ସହ ନିଜେ ଏହି କେନାଲ୍କୁ ନିଜେ ଖୋଳିଥିଲେ ।