ଭୁବନେଶ୍ୱର,ବିଜୁ ଜନତା ଦଳ ପକ୍ଷରୁ ପୁଣି ଥରେ ବିଜେଡି ବିଧାୟକ ତଥା ସମ୍ବାଦର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଉପରେ ଆକ୍ରମଣ କରାଯାଇଛି । ଅରୁଣ ସାହୁ ଓ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ପରେ ଆଜି ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ ସୌମ୍ୟରଂଜନଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ ସୌମ୍ୟରଂଜନଙ୍କୁ ଯଦି ସମାଲୋଚନା କରିବାର ଅଛି ତେବେ ତାଙ୍କୁ ଦଳରୁ ବାହାରି ଯିବା ଉଚିତ ।
ପ୍ରତାପ ଦେବ ସାମ୍ବାଦିକ ମାନଙ୍କ ସହ କଥାବାର୍ତା ବେଳ କହିଛନ୍ତି, ଯେ ଖଂଡପଡାର ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ବିଜେଡି ବିଧାୟକ ହୋଇ ନିରନ୍ତର ସମାଲୋଚନା କରୁଛନ୍ତି । ଯଦି ସମାଲୋଚନା କରିବାର ଅଛି, ଦଳରୁ ବାହାରିଯାଇ କରନ୍ତୁ ବୋଲି ସେ କହିଛନ୍ତି ।
ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ 5ଟି ସଚିବଙ୍କୁ ଗସ୍ତରେ ପଠାଉଥିବା ସ୍ପଷ୍ଟ କରିଛନ୍ତି । ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିବା ପରେ ପୁଣି ସମାଲୋଚନା କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି ।
ସେ କହିଛନ୍ତି ଯେ ସମାଲୋଚନା କରିବା ସୌମ୍ୟ ବାବୁଙ୍କର ବ୍ଲାକମେଲିଂ ପ୍ରାକ୍ଟିସ । ସୌମ୍ୟ ବାବୁ ଦଳୀୟ ଅନୁଶାସନ ଭଙ୍ଗ କରୁଛନ୍ତି । ଦଳରୁ ବାହାରି ସମ୍ପାଦକୀୟ ଲେଖନ୍ତୁ ଓ ସମାଲୋଚନା କରନ୍ତୁ ବୋଲି ସେ କହିଛନ୍ତି ।