କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ଓଡ଼ିଶାର ଘରେ ଘରେ, ଗ୍ରାମାଞ୍ଚଳରେ, ଆଦିବାସୀ ବହୁଳ ଅଞ୍ଚଳରେ, ଏପରିକି ପାର୍ବତ୍ୟାଞ୍ଚଳ ରେ ପ୍ରାଥମିକ ଚିକିତ୍ସା କୁ ଡିଜିଟାଲ ମୋଡ୍ ରେ ପହଞ୍ଚାଇବା ପାଈଁ ସେଣ୍ଟ ଜୋନ୍ ଆମ୍ବୁଲାନ୍ସ ସଂକଳ୍ପବଦ୍ଧ ବୋଲି ଜାତୀୟ କାୟାକଳ୍ପ ପୁରସ୍କାର ପ୍ରାପ୍ତ ଚିକିତ୍ସାଳୟର ଡାକ୍ତର ସୁନିଲ ତରାଇ କହିଛନ୍ତି। ସେଣ୍ଟ ଜୋନ୍ ଆମ୍ବୁଲାନ୍ସ ଜଗନ୍ନାଥ ଧାମ ଡିଭିଜନ ଓ ମିଶନ ଓଡ଼ିଶା ର ମିଳିତ ଆନୁକୁଲ୍ୟରେ ଗୁଣ୍ଡିଚା ମନ୍ଦିର ସନ୍ନିକଟ ମିଶନ ଓଡ଼ିଶା କାର୍ଯ୍ୟାଳୟରେ ଅନୁଷ୍ଠିତ ବିଶ୍ଵ ପ୍ରାଥମିକ ଚିକିତ୍ସା ଦିବସ କାର୍ଯ୍ୟକ୍ରମରେ ଯୋଗଦେଇ ଡାକ୍ତର ଶ୍ରୀ ତରାଇ ପ୍ରାଥମିକ ଚିକିତ୍ସା କୁ ଡିଜିଟାଲ ମୋଡ୍ ମାଧ୍ୟମରେ ପହଞ୍ଚାଇବା ର କଳା ଓ କୌଶଳ ସମ୍ପର୍କରେ ଉଦବୋଧନ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବେ ଡାକ୍ତର ପବିତ୍ର କୁମାର ପ୍ରଧାନ, ସମାଜସେବୀ ବଦ୍ରି ମିଶ୍ର ଯୋଗ ଦେଇଥିଲେ। ସତ୍ୟନାରାୟଣ ସାହୁ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମ କୁ ଦେବରାଜ ଦାସ ପରିଚାଳନା କରିଥିଲେ। ପରିଶେଷରେ ସେଣ୍ଟ ଜୋନ୍ ଆମ୍ବୁଲାନ୍ସ ର କମାଣ୍ଡର ଲାଲ ଅନନ୍ତ ସିଂହ ଧନ୍ୟବାଦ୍ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜଗନ୍ନାଥ ଡିଭିଜନ ର ସମସ୍ତ ସଦସ୍ୟ ସଦସ୍ୟା ଉପସ୍ଥିତ ଥିଲେ। ଡିଜିଟାଲ ମୋଡ୍ ରେ ପ୍ରାଥମିକ ଚିକିତ୍ସାକୁ ପ୍ରତି ବ୍ଲକ୍ ସ୍ତରରେ ପହଞ୍ଚାଇବା ପାଇଁ ସେଣ୍ଟ ଜୋନ୍ ଆମ୍ବୁଲାନ୍ସ ବ୍ୟାପକ ପ୍ରୟାସ ଜାରି ରଖିଥିବା ପୁରୀ ଡିଭିଜନ ର ଯୁଗ୍ମ ସମ୍ପାଦକ ମଧୁସୂଦନ ମିଶ୍ର କହିଛନ୍ତି।
Related Stories
November 22, 2024