
ବଲାଙ୍ଗିର ,ବଲାଙ୍ଗିର ସହରର ଦୋକାନ ମାନଙ୍କରେ ପଲିଥିନ ବିରୁଦ୍ଧରେ ବିଭାଗ ପକ୍ଷରୁ ପଲିଥିନ ଉପରେ ଚଢାଉ ଆରମ୍ଭ ହୋଇଛି। ପୂର୍ବରୁ ସୂଚନା ଦିଆଯାଇଥିଲା ଦୋକନୀମାନେ ହୁସିଆର୍, ପୋଲିଥିନ୍ ବ୍ୟବହାର କଲେ ଗଣିବାକୁ ହେବ ଫାଇନ୍ ଦେବାକୁ ଏବେ ଫାଇନ ଦେବାକୁ ପଡୁଚି। ଗତକାଲି ବଲାଙ୍ଗିର ସହରର ଭୀମଭୋଇ ମେଡ଼ିକାଲ୍ କଲେଜ ହସ୍ପିଟାଲ୍ ରୋଡ୍ରେ ଆରମ୍ଭ ହୋଇଛି ଏହି ଚଢ଼ାଉ । ଏହି ଚଢ଼ାଉରେ ଅନେକ ଦୋକାନୀଙ୍କୁ ପଡ଼ିଛି ଫାଇନ୍ । ଦୋକାନୀମାନେ ଗଣିଛନ୍ତି ଫାଇନ୍ ଟଙ୍କା । ସୂଚନାଯୋଗ୍ୟ ଯେ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଂଚଳିକ ଅଧିକାରୀ ଏବଂ ବଲାଙ୍ଗିର ରେଂଜ ବନ ବିଭାଗ ପକ୍ଷରୁ ଏହି ଚଢ଼ାଉ କରାଯାଇଥିବା ବେଳେ ଭୀମଭୋଇ ମେଡ଼ିକାଲ୍ କଲେଜ ହସ୍ପିଟାଲ୍ ରୋଡ୍ରେ ଥିବା ଦୋକାନଗୁଡ଼ିକୁ ଯାଂଚ କରାଯାଇଛି । ଆଗାମୀ ସମୟରେ ଏହି ଚଢ଼ାଉ ଜୋର୍ଦାର୍ କରାଯାଇ ବଲାଙ୍ଗିର ସହରକୁ ପ୍ରଦୂଷଣ ମୁକ୍ତ କରାଯିବା ପାଇଁ ଜୋର୍ସୋର୍ ଉଦ୍ୟମ ଚାଲିଥିବା ଦେଖିବାକୁ ମିଳିଛି ।