ବଲାଙ୍ଗିର ,ଆଜି ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର କନ୍ଧପାଲି ପଡ଼ା ଯାହା (ରାଜେନ୍ଦ୍ର ଯୁବକ ସଂଘ ଦ୍ୱାରା ପରିଚାଳିତ) ତରଫରୁ ବଲାଙ୍ଗିର ପୌରାଞ୍ଚଳ ସଫେଇ କର୍ମଚାରୀ ଓ ତାଙ୍କ ପରିବାର ଲୋକଙ୍କ ଅଣସଂକ୍ରାମକ ରୋଗ ଚିହ୍ନଟ ସ୍ବାସ୍ଥ୍ୟ ଶିବିର କଲେଜ ଛକ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଥିଲା। ଶିବିର କୁ ବଲାଙ୍ଗିର ପୌର ସଂସ୍ଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ବିଶ୍ବମ୍ବର ମିଶ୍ର ଯୋଗ ଦେଇ ଉଦ୍ଘାଟନ କରିଥିଲେ। ମୁନସୀ ପାଲଟି ସ୍ବାସ୍ଥ୍ୟ ପରିଦର୍ଶକ ଦେବେଶ ରାଉତ, ସାନିଟାରୀ ଇଁଚାର୍ଜ୍ ଭୀଷ୍ମ ସାହୁ, ଗରିମା ଇଞ୍ଚାର୍ଜ ଈଶ୍ୱର ଦତ୍ତ ଦୀପ ସ୍ଥାନୀୟ କାଉନସିଲର ଓ ମହିଳା ଆରୋଗ୍ୟ ସମିତି ର ସମସ୍ତ ସଦସ୍ୟ ମାନେ ମିଶି ସମସ୍ତ କର୍ମଚାରୀ ଙ୍କୁ ସ୍ବାସ୍ଥ୍ୟ ପରୀକ୍ଷା ରେ ସହଯୋଗ କରିଥିଲେ । ଏହି ସ୍ବାସ୍ଥ୍ୟ ଶିବିର ର ମୂଳ ଉଦ୍ଦେଶ୍ୟ ନଗର ଜନସାଧାରଣ ପରିମଳ ବ୍ୟବସ୍ଥା ଓ ସ୍ବାସ୍ଥ୍ୟ ରକ୍ଷା ଦିଗରେ କାମ କରୁଥିବା ସଫେଇ କର୍ମଚାରୀ ମାନଙ୍କ ସ୍ବାସ୍ଥ୍ୟ ର ଯତ୍ନ ଓ ସେମାନଙ୍କ ଭିତରେ ଥିବା ରୋଗର ଚିହ୍ନଟ କରି ଔଷଧ ବ୍ୟବସ୍ଥା କରିବା।ଅଣସଂକ୍ରମକ ରୋଗ ର ଚିହ୍ନଟ ସହ , ମାଗଣା ରକ୍ତ ପରୀକ୍ଷା, ମାଗଣା ଔଷଧ, ଜୀବନ ଶୈଳୀ ଓ ଖାଦ୍ୟପେୟ ଉପରେ ପରାମର୍ଶ ଏବଂ ମାଗଣା ଡାକ୍ତର ସେବା ।ଏହି ସ୍ବାସ୍ଥ୍ୟ ଶିବିର ରେ ୨୫୦ ରୁ ଉର୍ଦ୍ଧ ସଂଖ୍ୟକ ସଫେଇ କର୍ମଚାରୀ ରୋଗୀ ଚିକିତ୍ସା ଲାଭ କରିଥିଲେ ।ଉକ୍ତ ସ୍ବାସ୍ଥ୍ୟ ଶିବିର ର ନିରୀକ୍ଷଣ ଜିଲ୍ଲା ପ୍ରାଥମିକ ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ଦିବ୍ୟ କିଶୋର ପତି କରିଥିଲେ। ଅତିରିକ୍ତ ପ୍ରକଳ୍ପ ଅଧିକାରୀ ରାମାନୁଜ ପଣ୍ଡା, ୟୁ ଡି ଏମ ଅନିଲ ମହାକୁର ଯୋଗଦାନ ଦେଇ ସମସ୍ତଙ୍କୁ ଉତ୍ସାହିତ କରିବା ସହ ଏହି ଶିବିର ର ତଦାରଖ କରିଥିଲେ । ଏହି ସ୍ବାସ୍ଥ୍ୟ ଶିବିର ରେ ଡାକ୍ତର ନନ୍ଦ କିଶୋର ପାଢି ଓ ଭୀମ ଭୋଇ ମେଡିକାଲ କଲେଜ୍ ର ଡାକ୍ତର ନିଜାମ୍ ଅଲି, ଡାକ୍ତର ନବନିତ କିଶନ , ଡାକ୍ତର ନରେନ୍ଦ୍ର କୁମାର ଫାଲୋଡ଼ିଆ ଓ ଅନ୍ୟ ମାନଙ୍କ ସମେତ ଷ୍ଟାଫ ନର୍ସ ସନ୍ତୋଷିନି କରନ,ବିଜୟିନୀ ଛତ୍ରିଆ ,ଫାର୍ମାସିଷ୍ଟ ମୁକେଶ ରଣା, ଲେଵ ଟେକନିଶିଆନ ପ୍ରମୋଦ ଥନପତି, ଡାଟା ଆସିଷ୍ଟାଣ୍ଟ ସୁମନ ଭାଟି , ସଗୀର ମହମ୍ମଦ ,ମାନସ ହୋତା , ସ୍ଵର୍ ଜିତ ଶତପଥୀ ଅବିନାଶ ପୋଡ଼ ପ୍ରମୁଖ ସହଯୋଗ କରିଥିଲେ। ଆୟୋଜକ ସଂସ୍ଥା ତରଫରୁ ସଫେଇ କର୍ମଚାରୀ ମାନଙ୍କୁ ସ୍ବାସ୍ଥ୍ୟ ପରୀକ୍ଷଣ ପରେ ଗୋଟିଏ ଲେଖା ହାତ ଧୁଆ ସାବୁନ ଦିଆ ଯାଇଥିଲା।ଉକ୍ତ ସ୍ବାସ୍ଥ୍ୟ ଶିବିର ର ଆୟୋଜନ ଓ ପରିଚାଳନା ସୁନ୍ଦର ଭାବେ ହେଇଥିଲା ଯେଉଁଥିରେ ସଫେଇ କର୍ମଚାରୀ ମାନଙ୍କ ବ୍ୟତୀତ ଅଞ୍ଚଳ ର ଜନ ସାଧାରଣ ସୁବିଧା ନେଉଥିବା ଦେଖା ଯାଇଥିଲା।
Related Stories
December 22, 2024