ବଲାଙ୍ଗୀର , ଯୁବ ଗୋଷ୍ଠୀଙ୍କୁ ଅଧିକରୁ ଅଧିକ ମାତ୍ରାରେ ସାମ୍ଭିଧାନିକ ଅଧିକାର ସାବ୍ୟସ୍ତ ପ୍ରତି ସଚେତନତା ସୃଷ୍ଟି କରିବା ଉଦ୍ଧେଶ୍ୟରେ ବିଭିନ୍ନ ମହାବିଦ୍ୟାଳୟର ଛାତ୍ରୀ ମାନଙ୍କୁ ନେଇ “ମୁଁ ବି ମିତା” ଅଭିଯାନ ଉପଜିଲ୍ଲାପାଳଙ୍କ ବୈଠକ ଗୃହ ଠାରେ ଅନୁଷ୍ଠିତ ହୋଇଅଛି । ଏହି ଅଭିଯାନର ଶୁଭାରମ୍ଭରେ ଜିଲ୍ଲାପାଳ ଶ୍ରୀ ଚଞ୍ଚଳ ରାଣା ଯୋଗ ଦେଇ “ମୁଁ ବି ମିତା” ଅଭିଯାନର ଆଭିମୁଖ୍ୟ ସମ୍ପର୍କରେ ଉଲ୍ଲେଖ ଏକ ସୁଦୃଢ଼ ଗଣତନ୍ତ୍ର ର ପ୍ରତୀକ ହେଉଛି ସୁସ୍ଥ ସବଳ ରାଷ୍ଟ୍ର । ଗଣତନ୍ତ୍ରର ମହାସ୍ରୋତରେ ପ୍ରତ୍ୟେକ ଛାତ୍ର ଛାତ୍ରୀ ଏବଂ ବିଶେଷ କରି ଯୁବ ଗୋଷ୍ଠୀ ମାନଙ୍କୁ ନୂତନ ଭୋଟର ତାଲିକାରେ ଭୋଟର ଭାବେ ପଞ୍ଜୀକରଣ ନିମନ୍ତେ ଉତ୍ସାହିତ କରିବା ପାଇଁ “ମୁଁ ବି ମିତା” ଅଭିଯାନରେ ଯୋଗଦାନ ଦେଇଥିବା ଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ଯେଉଁ ମାନଙ୍କର ବୟସ ୧୮ବର୍ଷ, ସେମାନେ କିପରି ଭାବେ ଏଥିରେ ସାମିଲ ହୋଇ ନିର୍ବାଚନ ରେ ନିଜର ସାମ୍ବିଧାନିକ ଅଧିକାର ସାବ୍ୟସ୍ତ କରିବାରେ ସକ୍ଷମ ହୋଇପାରିବେ, ସେ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ଉପସ୍ଥିତ ଛାତ୍ରୀ ମାନଙ୍କୁ ସେ ସମ୍ପର୍କରେ ଆଲୋକପାତ କରିଥିଲେ । ବିଭିନ୍ନ ମହାବିଦ୍ୟାଳୟସ୍ତରରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ଜିଲ୍ଲାପାଳ ଚଞ୍ଚଳ ରାଣା ପରାମର୍ଶ ଦେଇଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଭାରପ୍ରାପ୍ତ ଉପ ଜିଲ୍ଲାପାଳ ତାରିଣୀ ସୁନା, ସହକାରୀ ଜିଲ୍ଲାପାଳ ଫାଲଗୁଣୀ ଶବର, ଯୋଗଦେଇ ଏହି ଅଭିଯାନ ର ସଫଳ ରୂପାୟନ କିପରି ହୋଇ ପାରିବ ସେ ସମ୍ପର୍କରେ ଆଲୋକପାତ କରିଥିଲେ। ଶେଷରେ ସହକାରୀ ଜିଲ୍ଲାପାଳ ଶ୍ରୀ ଶବର ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ ଦେଇଥିଲେ।
Related Stories
December 22, 2024