
ଭୁବନେଶ୍ୱର, ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ଜିଆରଏସ ଏବଂ ପିଅନ l ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ସୁନାରିସିକୁଆଁ ପଞ୍ଚାୟତର ଜିଆରଏସ ପ୍ରାଣବନ୍ଧୁ ଦଣ୍ଡସେନା ସେହି ଗାଁର ହିତାଧିକାରୀଙ୍କ ଠାରୁ ଜମି ମରାମତି ବିଲ ପାଇଁ 10 ହଜାର ଟଙ୍କା ଦାବି କରିବା ସହ ପଞ୍ଚାୟତ ଅଫିସର ପିଅନ ହାତରେ ଟଙ୍କା ଦେବାକୁ ହିତାଧିକାରୀଙ୍କୁ କହିଥିଲେ l ଯାହାକୁ ନେଇ ହିତାଧିକାରୀ ମନୋଜ ମାଝୀ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ l ଆଜି ହିତାଧିକାରୀ ଜଣଙ୍କ ପିଅନକୁ ଦଶ ହଜାର ଟଙ୍କା ଦେଇଥିଲେ l ତେବେ ପୂର୍ବ ଯୋଜନା ମୁତାବକ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଟିମ ସେମାନଙ୍କୁ ମାଡିବସିଥିଲା । ଲାଞ୍ଚୁଆ ଜିଆରଏସ ପ୍ରାଣବନ୍ଧୁ ଦଣ୍ଡସେନା ଏବଂ ପିଅନ କମଳାକାନ୍ତ ବୈଠାରୁଙ୍କୁ ଗିରଫ କରିଛି ଭିଜିଲାନ୍ସ l 5 ଜଣିଆ ଭିଜିଲାନ୍ସ ଟିମ ବିଭିନ୍ନ ସ୍ଥାନରେ ତଦନ୍ତ ଜାରି ରଖିଛି l