ଭୁବନେଶ୍ୱର,ଦାଦାବଟି ମାଗିବା ଏବଂ ବଟି ନମିଳିବାରୁ ବାର୍ କର୍ମଚାରୀଙ୍କୁ ଅପହରଣ ଘଟଣାରେ କମିଶନରେଟ୍ ପୁଲିସ ୨ ଜଣ ବାଉନ୍ସରଙ୍କୁ ଗିରଫ କରିଛି । ଦାଦାବଟି ନଦେବାରୁ ଜଣେ ବାର କର୍ମଚାରୀଙ୍କୁ ଅପହରଣ କରି ଏକ ବନ୍ଦ ଘର ଭିତରେ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା । ମାସକୁ ୫୦ ହଜାର ଟଙ୍କା ବଟି ପାଇଁ ଯୁବକଙ୍କୁ ଅପହରଣ କରିଥିବା ଜଣାପଡ଼ିଛି । ଏହି ଘଟଣାରେ ୨ଜଣ ବାଉନ୍ସରକୁ ଏୟାରଫିଲ୍ଡ ଥାନା ପୁଲିସ ଗିରଫ କରିଛି । ଅପହରଣକାରୀମାନେ କଟକରୋଡ଼ ମହାନ୍ତି ବାରରେ କାମ କରୁଥିବା ଫ୍ଲୋର ମ୍ୟାନେଜର ମୁଜିବୁର ରେହମାନଙ୍କୁ ଏକ ସ୍କର୍ପିଓ ଗାଡ଼ିରେ ଅପହରଣ କରିଥିଲେ । ପରେ ଟଙ୍କା ନଦେବାରୁ ମାଡ଼ ମାରି ଛାଡ଼ିଦେଇଥିଲେ ।
Related Stories
November 22, 2024