କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁଙ୍କ ଦ୍ୱାରା ଟାଏକୋଣ୍ଡୋ (Taekwondo) ଖେଳାଳି ଙ୍କୁ ପୂର୍ବାହ୍ନରେ ଅତିରିକ୍ତ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରେ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।ଏଥିରେ ଜିଲ୍ଲା କ୍ରିଡା ଅଧିକାରୀ ଚନ୍ଦନ କୁମାର ସାହୁ ଉପସ୍ଥିତ ଥିଲେ। ରାଞ୍ଚିସ୍ଥିତ ହରିବଂଶ ତାନା ଭଗତ ଇଣ୍ଡୋର ଷ୍ଟାଡ଼ିୟମରେ ସେପ୍ଟେମ୍ବର ମାସ ୨ ତାରିଖରୁ ୪ ତାରିଖ ପର୍ଯନ୍ତ ୨ୟ ଭଗବାନ ବିର୍ସା ମୁଣ୍ଡା ଟ୍ରଫି ଓ ୧୪ ତମ ଓପନ ଜାତୀୟ ଟାଏକୋଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।ଏହି ଚାମ୍ପିୟନସିପ ଦୁଇଟି ଇଭେଣ୍ଟ ଯଥା କିରୋଗୀ(Kyorugi)ଓ ପୁମସି(Poomsae) ଇଭେଣ୍ଟରେ ପ୍ରତିଯୋଗିତା ହୋଇଥିଲା |ପୁରୀ ଟାଏକୋଣ୍ଡୋ ସଙ୍ଘ ତରଫରୁ (ବାଳିକା -୭ ଓ ବାଳକ -୮ ) ଦୁଇଟି ଇଭେଣ୍ଟରେ ୧୫ ଜଣ ଖେଳାଳି ପ୍ରତିଯୋଗିତାରେ ଭାଗ ନେଇଥିଲେ | ପୁରୀ ପ୍ରତିଯୋଗୀ କିରୋଗୀରେ ୧ଟି ରୌପ୍ୟ ପଦକ ଓ ୫ଟି କଂସ୍ୟ ପଦକ ଜିତିଥିଲେ । ରୌପ୍ୟ ବିଜେତା ଆଦ୍ୟାଶ ସାମନ୍ତରାୟ ହୋଇଥିବା ବେଳେ କଂସ୍ୟ ପଦକ ବିଜେତା ଜାତବେଦ ତ୍ରିପାଠୀ ଆରାଧ୍ୟା କର,ଶୁଭଶ୍ରୀ ସୁଭାସମିତା ତ୍ରିପାଠୀ,
ଅର୍ପିତା ପ୍ରିୟଦର୍ଶିନୀ ପ୍ରଧାନ,ପ୍ରିୟଙ୍କା ବଡ଼ଜେନା ଥିଲେ |ଓଡିଶା ଟିମ ଦ୍ୱିତୀୟ ଉପ-ବିଜେତା ଟ୍ରଫି ଜିତିଥିଲେ| ପୁରୀ ଟିମ କୋଚ ମିଥୁନ କୁମାର ସାହୁ ଟିମ ସହ ଖେଳାଳିଙ୍କୁ ଶିକ୍ଷା ଦେଇଥିଲେ | ପୁରୀରୁ ୨ ଜଣ ଜାତୀୟ ରେଫେରୀ ପାୟଲ ବଡ଼ଜେନା ଓ ଆରିଆନ ନାୟକ ଏହି ଜାତୀୟ ପ୍ରତିଯୋଗିତାକୁ ପରିଚାଳନା କରିଥିଲେ |