କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ, ସେବାରେ ଜୀବନ ଓ ସେବା ସଂସ୍କାର ଅନୁଷ୍ଠାନ ତରଫରୁ ଭକ୍ତ ସାଲବେଗ ପୀଠ ରେ ଗୁରୁ ପୂଜନ କାର୍ଯ୍ୟକ୍ରମ ଅତି ଆଡ଼ମ୍ବରରେ ପାଳନ କରାଯାଇଛି l ପ୍ରାରମ୍ଭରେ ମୁଖ୍ୟ ଅତିଥି ଡ଼ ବଳରାମ ଦାଶ ଏହି ଶିବିର କୁ ଉଦଘାଟନ କରିଥିଲେ l ସମ୍ପାଦକ ଆଂଶୁମାନ ଜେନା ସ୍ୱାଗତ ଭାଷଣ ସହ କାର୍ଯ୍ୟକ୍ରମ ର ରୂପରେଖ ସମ୍ପର୍କ ରେ ସୂଚନା ପ୍ରଦାନ କରିଥିଲେ l ଶୁଶ୍ରୀ ଅଭିଲିପ୍ସା ଦାଶ ସ୍ୱାଗତ ସଂଗୀତ ଗାନ କରିଥିଲେl ଦୟାନିଧି ପଣ୍ଡା ଗୁରୁ ବନ୍ଦନା ଗାନ କରିଥିଲେ, ଓମ ପ୍ରକାଶ ମହାନ୍ତି ଶିବିରର ସଂଯୋଜନା କରିଥିଲେl ପ୍ରୀତିଲିପ୍ସା ଦାଶ ନୃତ୍ୟ ପରିବେଷଣ କରିଥିଲେ l ମୁଖ୍ୟ ଅତିଥି ଅଧ୍ୟାପକ ଡକ୍ଟର ବଳରାମ ଦାଶ ପ୍ରାଚୀନ ଗୁରୁବାଦ ପରମ୍ପରା ର ଅବତାରଣା କରି ମହାଭାରତ ଓ ରାମାୟଣର ଉଦାହରଣ ଦେଇ କହିଲେ, “ମହାଭାରତରେ ପଞ୍ଚୁ ପାଣ୍ଡଵ, ବଳରାମ ଓ ଶ୍ରୀ କୃଷ୍ଣ ଙ୍କ ର ଗୁରୁ ଭକ୍ତି ଥିଲା ଅନନ୍ୟ,ଗୁରୁ ଭକ୍ତ ଏକଲବ୍ୟଙ୍କର ଗୁରୁ ଦକ୍ଷିଣା ଉଦାହରଣ ସୃଷ୍ଟି କରିଛି, ରାମାୟଣ ର ଉଦାହରଣ ଦେଇ ବାଲ୍ମୀକି ଆଶ୍ରମ ର ଗୁରୁ ଭକ୍ତି ର ପରମ୍ପରା ସମ୍ପର୍କରେ ଆଲୋକପାତ କରିଥିଲେ l ସେ କହିଲେ” ଯୁଗେ ଯୁଗେ ଗୁରୁ ହିଁ ମାର୍ଗଦର୍ଶକ, ଗୁରୁ କୃପା ବିନା ମଣିଷର ଜୀବନରେ ପୂର୍ଣ୍ଣତା ଆସେନାହିଁ ଏବଂ ଜଗତର ନାଥ ଜଗନ୍ନାଥ ହିଁ ଅଖିଳ ବ୍ରହ୍ମାଣ୍ଡର ଗୁରୁ l ଗୁରୁମାତା ଗାନ୍ଧାରୀଙ୍କ ଅଭିଶାପ ଫଳରେ କୃଷଙ୍କ ଯଦୁବଂଶ ଧ୍ୱଂସ ହୋଇଥିଲା “l ସମାନିତ ଅତିଥି ରୂପେ ସମଜସେବିକା ସରୋଜିନୀ ରଥ ଯୋଗ ଦେଇ ପ୍ରାଚୀନ ଗୁରୁ ଶିଷ୍ୟ ପରମ୍ପରାର ମାହାତ୍ମ୍ୟ ଓ ପାଶ୍ଚlତ୍ୟ ଗୁରୁବାଦର ଅବକ୍ଷୟତା ସମ୍ପର୍କ ରେ ଆଲୋକପାତ କରିଥିଲେ l ଅନ୍ୟତମ ସମ୍ମାନିତ ଅତିଥି ମାନଙ୍କ ମଧ୍ୟରେ ଡ଼ ଶଶୀକାନ୍ତ ରଥ, ପ୍ରାବନ୍ଧିକ ସତ୍ୟନାରାୟଣ ଦାଶ, ଡ଼ ଶଙ୍କର୍ଷଣ ପ୍ରଧାନ ଯୋଗ ଦେଇ ଗୁରୁ ହିଁ ଆଲୋକବର୍ତ୍ତିକା, ଗୁରୁ ଶିଷ୍ୟ ର ପ୍ରାଚୀନ ପରମ୍ପରା ଆଧୁନିକ ସମାଜରେ ବିରଳ, ଛାତ୍ରଛାତ୍ରୀମlନେ ଭାରତୀୟ ସଂସ୍କୃତି ଓ ପରମ୍ପରା କୁ ସମ୍ମାନ ଦେଇ ଭକ୍ତି ଭାବରେ ସମର୍ପିତ ହେଲେ ଗୁରୁ ପରମ୍ପରା ବଜାୟ ରହିବ ବୋଲି କହିଥିଲେ l ଏହି ଅବସରରରେ ଶ୍ରେଷ୍ଠଗୁରୁ ପ୍ରତିଭା ସମ୍ମାନ ତଥା ମାନପତ୍ର, ଗୁରୁ ସୁଶାନ୍ତ କୁମାର ସ୍ୱାଇଁ, ଅନଙ୍ଗ ଉଦୟ ବଳ, ଅର୍ଚ୍ଚନା ରାୟ, କୃଷ୍ଣପ୍ରିୟା ପ୍ରଧାନ କୁ ପ୍ରଦାନ ସହ ସମ୍ମାନିତ କରାଯାଇଥିଲା l ବକ୍ତୃତା ପ୍ରତିଯୋଗିତାରେ ନିର୍ଲିପ୍ତା ସାହୁ ପ୍ରଥମ , ସର୍ବଜିନ ଜେନା ଦ୍ଵିତୀୟ, କ୍ଷେତ୍ରମୋହନ ପ୍ରଧାନ ତୃତୀୟ ସ୍ଥାନ ଗ୍ରହଣ କରିଥିବା ପ୍ରତିଯୋଗୀ ମାନଙ୍କୁ ପ୍ରମାଣପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା l ଆଲୋଚନାଚକ୍ରରେ ଡ଼ ପ୍ରଦୀପ କୁମାର ଆଚାର୍ଯ୍ୟ,ପୂର୍ଣଚନ୍ଦ୍ର ସାହୁ, ଇଂ ଗିରିଜା ଶଙ୍କର ପାଢ଼ୀ, ଅର୍ଣ୍ଣପୂର୍ଣ୍ଣା କର, କବିତା ଆଚାର୍ଯ୍ୟ, ରାଣୀ ଆଚାର୍ଯ୍ୟ, ସ୍ନେହଲତା ରଥ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ l ନରେନ୍ଦ୍ର କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ l
Related Stories
November 22, 2024