ପୁରୀ, ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁଙ୍କ ଦ୍ଵାରା ଟାଏକୋଣ୍ଡୋ ଖେଳାଳିଙ୍କୁ ଆଜି ପୂର୍ବାହ୍ନରେ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଏଥିରେ ଜିଲ୍ଲା କ୍ରିଡା ଅଧିକାରୀ ଚନ୍ଦନ କୁମାର ସାହୁ ଉପସ୍ଥିତ ଥିଲେ। ରାଞ୍ଚିସ୍ଥିତ ହରିବଂଶ ତାନା ଭଗତ ଇଣ୍ଡୋର ଷ୍ଟାଡ଼ିୟମରେ ସେପ୍ଟେମ୍ବର ମାସ ୨ ତାରିଖରୁ ୪ ତାରିଖ ପର୍ଯନ୍ତ ୨ୟ ଭଗବାନ ବିର୍ସା ମୁଣ୍ଡା ଟ୍ରଫି ଓ ୧୪ତମ ଓପନ ଜାତୀୟ ଟାଏକୋଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି ଚାମ୍ପିୟନସିପ ଦୁଇଟି ଇଭେଣ୍ଟ ଯଥା କିରୋଗୀ ଓ ପୁମସି ଇଭେଣ୍ଟରେ ପ୍ରତିଯୋଗିତା ହୋଇଥିଲା। ପୁରୀ ଟାଏକୋଣ୍ଡୋ ସଂଘ ତରଫରୁ (ବାଳିକା -୭ ଓ ବାଳକ -୮) ଦୁଇଟି ଇଭେଣ୍ଟରେ ୧୫ ଜଣ ଖେଳାଳି ପ୍ରତିଯୋଗିତାରେ ଭାଗ ନେଇଥିଲେ। ପୁରୀ ପ୍ରତିଯୋଗୀତାରେ ଗୋଟିଏ ରୌପ୍ୟ ପଦକ ଓ ୫ଟି ପଦକ ଜିତିଥିଲେ । ରୌପ୍ୟ ବିଜେତା ହେଲେ ଆଦ୍ୟାଶା ସାମନ୍ତରାୟ, କଂସ୍ୟ ପଦକ ବିଜେତା ଜାତବେଦ ତ୍ରିପାଠୀ, ଆରାଧ୍ୟା କର, ଶୁଭଶ୍ରୀ ଶୁଭମିତା ତ୍ରିପାଠୀ, ଅର୍ପିତା ପ୍ରିୟଦର୍ଶିନୀ ପ୍ରଧାନ ଓ ପ୍ରିୟଙ୍କା ବଡ଼ଜେନା ଓଡିଶା ଟିମ ଦ୍ଵିତୀୟ ଉପ-ବିଜେତା ଟ୍ରଫି ଜିତିଥିଲେ।
ପୁରୀ ଟିମ କୋଚ ମିଥୁନ କୁମାର ସାହୁ ଟିମ ସହ ଖେଳାଳିଙ୍କୁ ଶିକ୍ଷା ଦେଇଥିଲେ। ପୁରୀରୁ ୨ ଜଣ ଜାତୀୟ ରେଫେରୀ ପାୟଲ ବଡ଼ଜେନା ଓ ଆରିଆନ ନାୟକ ଏହି ଜାତୀୟ ପ୍ରତିଯୋଗିତାକୁ ପରିଚାଳନା କରିଥିଲେ।