କେନ୍ଦ୍ରାପଡ଼ା – ଅଭିନବ ଉପାୟରେ ଜଣେ ଯୁବତୀଙ୍କୁ ଓଟିପି ନମ୍ବର ମାଗି ଆକାଉଂଟରୁ ୬୮ ହଜାରରୁ ଉଦ୍ଧ୍ୱର୍ ଟଙ୍କା ଲୁଟି ନେଇଥିବା ଘଟଣାକୁ ନେଇ ସଦରଥାନାରେ ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ସଦରଥାନା ଅଧିନ ଠାକୁରପାଟଣା ଖସାପଡିଆ ଗ୍ରାମର ପିତାମ୍ବର ନାଥଙ୍କ ଝିଅ ସୈାନ୍ଦର୍ଯ୍ୟାମଞ୍ଜରୀ ନାଥଙ୍କ ମୋବାଇଲ୍କୁ ଏକ କଲ୍ ଆସିଥିଲା । କଲ୍ କରିଥିବା ବ୍ୟକ୍ତି ଜଣକ ତୁମ ମୋବାଇଲ୍କୁ ଏକ ପେଟିଏମ୍ ମାଧ୍ୟମରେ ଓଟିପି ନମ୍ବର ଯିବ ଏବଂ ତୁମେ ଓଟିପି ନମ୍ବର କହିଲେ ତୁମକୁ ଏକ ଗିଫ୍ଟ ମିଳିବ ବୋଲି କହିଥିଲେ । ଯୁବତୀ ଜଣକ ମୋବାଇଲ୍ରେ ଫୋନ୍ କରିଥିବା ବ୍ୟକ୍ତି ଜଣକୁ ଓଟିପି ନମ୍ବର ଦେଇଥିଲେ । ଏବଂ ପରେ ତାଙ୍କ ବ୍ୟାଙ୍କ ଆକାଉଂଟରୁ ୪ ହଜାର ୫୨୫ ଟଙ୍କା କଟିଥିବାର ଏକ ମ୍ୟାସେଜ୍ ଆସିଥିଲା । ଏହି ଘଟଣା ଚଳିତ ମାସ ୧୨ ତାରିଖ ଦିନ ଘଟିଥିଲା । ଏହି ଘଟଣା ପରେ ଯୁବତୀ ଜଣକ ସେହି ମୋବାଇଲ୍କୁ ଫୋନ୍ କରିଥିଲେ ମଧ୍ୟ ସୁଇଚ୍ ଅଫ୍ ଦେଖାଇଥିଲା । ପରେ ଯୁବତୀ ଜଣଙ୍କର ସନେ୍ଦହ ହେବାରୁ ସେ ନିଜ ବ୍ୟାଙ୍କ ଆକାଉଂଟ୍ ଚେକ୍ କରିବାରୁ ପେଟିଏମ୍ ମାଧ୍ୟମରେ ତାଙ୍କ ଆକାଉଂଟରୁ ୬୮ ହଜାର ୪୮୪ ଟଙ୍କା କଟିଥିବାର ଜାଣିବାକୁ ପାଇଥିଲେ । ଏ ଘଟଣାକୁ ନେଇ ଯୁବତୀ ଜଣକ ସଦର ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତିକରି ସଦର ପୋଲିସ ୩୬୭/୧୯ ରେ ଏକ ଠକେଇ ମାମଲା ରୁଜୁକରି ଘଟଣାର ଅନୁସନ୍ଧାନ କରୁଥିବା ଜଣାପଡିଛି ।