ଭୁବନେଶ୍ୱର, ମୟୁରଭଂଜ ଜିଲ୍ଲାର ବେତନଟୀ ରେଳଷ୍ଟେସନରୁ ଅନତି ଦୂରରେ ଗୁରୁବାର ସକାଳ ସମୟରେ ଏକ ବିଶାଳ ଶାଳଗଛ ଉପୁଡି ରେଳଧାରଣାରେ ପଡି ଯାଇଛି । ଏହି କାରଣରୁ ଟ୍ରେନ ଚଳାଚଳରେ ବାଧାପ୍ରାପ୍ତ ହୋଇଛି । ଷ୍ଟେସନରୁ କିଛି ଦୂରରେ ବାଲେଶ୍ବର ବାଙ୍ଗିରିପୋଷି ଟ୍ରେନ ଅଟକି ରହିଛି ।
ମିଳିଥିବା ସୂଚନା ଅନୁସାରେ ସୂଚନା ଅନୁଯାୟୀ ଶାଳଗଛ ପଡିବା ଦ୍ୱାରା ବିଦ୍ୟୁତ ତାର ଛିଣ୍ଡିଯାଇ ବିଦ୍ୟୁତ ସରବରାହ ବ୍ୟାଘାତ ହେବା ଯୋଗୁଁ ରୁପ୍ସାରୁ ବାଙ୍ଗିରିପୋଷି ଯାଉଥିବା ମେମୁ ଟ୍ରେନ ଜଙ୍ଗଲ ମଧ୍ୟରେ ଅଟକି ରହିଛି ।
ସୂଚନା ମିଳିବା ପରେ ଘଟଣାସ୍ଥଳରେ ବେତନଟୀ ଓ ରେଳବାଇ ପୁଲିସ ପହଞ୍ଚିବା ସହିତ ଅଗ୍ନିଶମ ବିଭାଗ ପକ୍ଷରୁ ଗଛ କଟା କାମ ଆରମ୍ଭ ହୋଇଛି | ବିଦ୍ୟୁତ ସରବରାହ ଠିକ କରିବାକୁ ଇଞ୍ଜିନିୟର ଓ କର୍ମଚାରୀ ଖଡ଼ଗପୁରରୁ ଆସିବା ନେଇ ସୂଚନା ମିଳିଛି |