କନ୍ଧମାଳ ,ଓଡ଼ିଶା ଶ୍ରମଜୀବୀ ମଞ୍ଚ ଓ ମହିଳା ଶ୍ରମଜୀବୀ ମଞ୍ଚ ଓଡ଼ିଶା ଏବଂ ତାର ସହଯୋଗୀ ଲୋକ ସଂଗଠନ ଜୀବିକା ସୁରକ୍ଷା ମଞ୍ଚ ଓ ମହିଳା ଜୀବିକା ସୁରକ୍ଷା ମଞ୍ଚ କନ୍ଧମାଳ ରେ ଦୀର୍ଘ ୧୪ ବର୍ଷ ହେଲା ଜିଲ୍ଲା ରେ ଗରିବ ଲୋକଙ୍କର ରାଜନୌତିକ, ସାମାଜିକ ତଥା ଅର୍ଥନୌତିକ ସଶକ୍ତି କରଣ ନିମନ୍ତେ କାର୍ଯ କରି ଆସୁଅଛି । ପ୍ରାରମ୍ଭରୁ ଗରିବ ଲୋକଙ୍କ ଜୀବିକା ଅଧିକାର ,ଖାଦ୍ୟ ଅଧିକାର ,ଜଳ ଅଧିକାର ଆଦି ବିଭିନ୍ନ ବିଷୟରେ କାର୍ଯ କରିବା ସହିତ ବିଶେଷତଃ କୋଭିଡ୍ ପରେ ଗରିବ ପିଲାଙ୍କ ଶିକ୍ଷା ଅଧିକାର ଉପରେ ସଂଗଠନ କାର୍ଯ୍ୟ କରି ଆସୁଅଛି । ସ୍କୁଲ ସବୁ ବନ୍ଦ ହେବା ଯୋଗୁଁ ଛାତ୍ରଛାତ୍ରୀମାନଙ୍କ ଶିକ୍ଷା କ୍ଷେତ୍ରରେ ସୃଷ୍ଟି ହୋଇଥିବା କ୍ଷତି କୁ ଭରଣ କରିବା ନିମନ୍ତେ ମୋ ଚାଟଶାଳୀ କେନ୍ଦ୍ର ସବୁ ଖୋଲି ଶିକ୍ଷା ବ୍ୟବସ୍ଥା କୁ ତ୍ଵରାନିତ୍ଵ କରାଯାଇଛି । ଏତଦ ବ୍ୟତୀତ ସ୍କୁଲ ଗୁଡିକର ଭିତ୍ତିଭୂମିର ବିକାଶ ନିମନ୍ତେ ବିଗତ କିଛି ବର୍ଷ ଧରି ଏହିଭଳି ଲୋକଙ୍କ ପାଇଁ କାମ କରି ଆସୁଛି ।
ଶିକ୍ଷା ସହିତ ଭିତ୍ତିଭୂମିର ଗଭୀର ସମ୍ପର୍କକୁ ସମସ୍ତ ବୁଦ୍ଧିଜୀବୀ ତଥା ଶିକ୍ଷାବିତ୍ ଗ୍ରହଣ କରିସାରିଛନ୍ତି । ଭିତ୍ତିଭୂମି ର ବିକାଶ ବିନା ଶିକ୍ଷାର ବିକାଶ ଅସମ୍ଭବ । ଉତ୍ତମ ଭିତ୍ତିଭୂମି ଶିକ୍ଷା ନିମନ୍ତେ ଏକ ଅନୁକୂଳ ପରିବେଶ ସୃଷ୍ଟି କରିଥାଏ ଯଦ୍ବାରା ଶିଶୁ ମାନସିକ ଭାବରେ ଶିକ୍ଷା ପ୍ରତି ଆକୃଷ୍ଟ ହୋଇଥାଏ । ଏହି ପରିପ୍ରେକ୍ଷୀରେ ଟିକାବାଲି ବ୍ଲକ ଅନ୍ତର୍ଗତ ବୁର୍ବିନାଯୁ ଗ୍ରାମ ପଞ୍ଚାୟତର ସୁଲେସରୁ ଗାଁରେ ଗୁରୁ ଦିବସ ଉପଲକ୍ଷେ ମୋ ଚାଟଶାଳୀ ରେ ଅଧ୍ୟୟନ ରତ ଛାତ୍ର ଛାତ୍ରୀଙ୍କୁ ନେଇ ଆଦର୍ଶ ବନାମ ବାସ୍ତବ ସ୍କୁଲ ଏକ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯକ୍ରମ ରେ ଛାତ୍ର ଛାତ୍ରୀ ମାନେ ତାଙ୍କର ଭାବନକୁ ଚିତ୍ର ମାଧ୍ୟମରେ ବ୍ୟକ୍ତ କରିଅଛନ୍ତି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ସରପଞ୍ଚ ସାଲିନା ପ୍ରଧାନ ତଥା ସିଆରସିସି ସନ୍ତୋଷ କୁମାର ମିଶ୍ର ଯୋଗ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଓ୍ବାର୍ଡ ମେମ୍ବର ଯସ୍ମୀନା ପ୍ରଧାନ, ଅଭିଭାବକ ଗଣ, ଚଟଶାଳୀରେ ଶିକ୍ଷାଦାନ କରୁଥିବା ସ୍ବେଛାସେବୀ ସଂଗୀତା ପ୍ରଧାନ, ରେଖା ପ୍ରଧାନ ଉପସ୍ଥିତ ଥିଲେ । ଆତ୍ମଶକ୍ତି ଟ୍ରଷ୍ଟ ତରଫରୁ ଅଭିଷେକ କୁମାର ଦାଶ ଉପସ୍ଥିତ ରହି କାର୍ଯ୍ୟକ୍ରମର ଲକ୍ଷ୍ୟ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ନିମନ୍ତ୍ରିତ ଅତିଥିମାନେ ଶିକ୍ଷାର ଉନ୍ନତି ନିମନ୍ତେ ଭିତ୍ତିଭୂମିର ଆବଶ୍ୟକତା ଉପରେ ନିଜର ମତାମତ ପୋଷଣ କରିଥିଲେ । ପରିଶେଷରେ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା ଦେବା ସହିତ ଉତ୍ତମ ଚିତ୍ର ଆଙ୍କିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ସ୍ଥାନୀୟ ଲୋକ ସଂଗଠନ ଜୀବିକା ସୁରକ୍ଷା ମଞ୍ଚ ଓ ମହିଳା ଜୀବିକା ସୁରକ୍ଷା ମଞ୍ଚ ତରଫରୁ ସଂଜୀବ ଦିଗାଲ, ସୁଧାକର ପ୍ରଧାନ, ସିଦ୍ଧେଶ୍ଵର ନାୟକ, ସସ୍ମିତା ମଲ୍ଲିକ, ପ୍ରଣୀତା ଦିଗାଲ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ସଂଜୀବ ଦିଗାଲ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।