କନ୍ଧମାଳ , ମିଳିତ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଟିକାବାଲି ବସ ଷ୍ଟାଣ୍ଡ ସ୍ଥିତ ମା ଭୈରବୀ କଲ୍ୟାଣ ମଣ୍ଡପ ଠାରେ ମହାଆଡମ୍ବର ରେ ଗୁରୁଦିବସ ପାଳନ କରାଯାଇଛି। ଏହି ପବିତ୍ର କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ, ସମ୍ମାନିତ ଅତିଥି ରୂପେ କନ୍ଧମାଳ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧକ୍ଷ ସାଲୁଗା ପ୍ରଧାନ, ଟିକାବାଲି ସମିତି ଅଧକ୍ଷ ଦିଲୀପ କହଁର, ଗୋଷ୍ଠୀ ଶିକ୍ଷା ଅଧିକାରୀ ଜଗନ୍ନାଥ ସାହାଣୀ, ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରଦୀପ୍ତ ନାୟକ, ଗଣେଶ୍ୱର କହଁର, ଶ୍ରୀମତୀ ବିନୋନ୍ଦିନୀ ସାମଲ ଉପସ୍ଥିତ ରହି କାର୍ଯ୍ୟକ୍ରମ ର ଶୋଭାବର୍ଧନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଗୁରୁଦିବସ ପାଳନ ସହ ଚଳିତ ବର୍ଷ ଅବସର ନେଇଥିବା ଶିକ୍ଷକ ଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା। ଅବସରପ୍ରାପ୍ତ ଶିକ୍ଷକ ମଧ୍ୟରେ ଶାନ୍ତିପନୀ ଦେହୁରୀ, କମଳ ଦଳବେହେରା, ଗୌର ଚରଣ ବିଶ୍ୱାଳ, ସନ୍ତୋଷ ପାଣିଗ୍ରାହୀ ଓ ଅମ୍ବିକା ଦାଶ ଅନ୍ୟତମ। ଏହି କାର୍ଯ୍ୟକ୍ରମ ରେ ପବିତ୍ର କୁମାର ସାହୁ ବହୁତ ସୁନ୍ଦର ଭାବେ ମଞ୍ଚ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମ ର ପରିଚାଳନା ମିଳିତ ସଂଘ ସଭାପତି ମଧୁସୂଦନ ବେହେରା, ସମ୍ପାଦକ ଭୃଙ୍ଗୁରାଜ ଦୁଗାଲ, କୋଷାଧକ୍ଷ ଶ୍ରୀ ରଞ୍ଜିତ ନାୟକ,ସହ ସମ୍ପାଦକ ଅରବିନ୍ଦ ମହାପାତ୍ର, ବିଷ୍ଣୁପ୍ରସାଦ ହୋତା,ଉଗ୍ରେସନ ପ୍ରଧାନ, ହେମନ୍ତ ପ୍ରଧାନ, ପବିତ୍ର ସାହୁ, ଜୟପ୍ରକାଶ ପାତ୍ର, ଦୁର୍ଗା ପ୍ରସାଦ ସାହୁ, ବିଶ୍ୱଜିତ ମାଝୀ, ବିଳାସିନୀ ଡିଗାଲ, ମାନି ଡିଗାଲ, ମାମି କହଁର, ବନାନୀ ନାୟକ, ସନ୍ତୋଷ ଦଳବେହେରା, ପ୍ରଦୀପ ମହାପାତ୍ର, ସଂଗ୍ରାମ ଭୋଇ ସମେତ ପାଖାପାଖି ୩ ଶହ ଶିକ୍ଷକ ଶିକ୍ଷୟିତ୍ରୀ ସାମିଲ ହୋଇଥିଲେ । ଏହି କାର୍ଯ୍ୟକ୍ରମ ର ଆରମ୍ଭ ରେ ମିଳିତ ଶିକ୍ଷକ ସଂଘ ର ସଂଘୀୟ ପତାକା ସଭାପତି ଙ୍କ ଦ୍ୱାରା ଉତ୍ତୋଳନ କରାଯାଇଥିଲା। ତତ୍ପରେ ବିଧାୟକ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧକ୍ଷ, ସମିତି ଅଧକ୍ଷ, ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ ଦ୍ୱାରା ଦୀପ ପ୍ରଜ୍ବଳନ କରାଯାଇଥିଲା। ଏହାପରେ ଅତିଥି ଙ୍କ ପରିଚୟ ପ୍ରଦାନ, ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ କରାଯାଇଥିଲା। ଏହାପରେ ଅତିଥି, ସଭାପତି ଓ ସମ୍ପାଦକ ଙ୍କ ଅଭିଭାଷଣ ଦିଆଯାଇଥିଲା। ମୁଖ୍ୟ ବ୍ୟକ୍ତା ରୂପେ ଟିକାବାଲି ଗୋଷ୍ଠୀ ଶିକ୍ଷା ଅଧିକାରୀ ଜଗନ୍ନାଥ ସାହାଣୀ ଓ ଟିକାବାଲି ସମିତି ଅଧକ୍ଷ ଦିଲୀପ କହଁର ସହ ସମସ୍ତ ଅତିଥି ଗୁରୁଦିବସ ବିଷୟରେ ବହୁତ ସୁନ୍ଦର ଭାବେ ଅଭିଭାଷଣ ପ୍ରଦାନ କରିଥିଲେ। ଏହାପରେ ଟିକାବାଲି ସାମ୍ବାଦିକ ସଂଘ ର ସମସ୍ତ ସାମ୍ବାଦିକ ଙ୍କୁ ମଧ୍ୟ ସମ୍ବର୍ଦ୍ଧନା କରାଯାଇଥିଲା। ମିଳିତ ଶିକ୍ଷକ ସଂଘ ସହ ସ୍ବେଛାସେବୀ ସଂଗଠନ ୟୁଥ ୱାରୀୟାର, ଟିମ ହୁମାନୀଟି ଓ ସାମ୍ବାଦିକ ସଂଘ ମାଧ୍ୟମରେ ଆସନ୍ତବର୍ଷ କୁ ଟିକାବାଲି ବ୍ଲକ ର ସମସ୍ତ ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ନେଇ ଏକ ସ୍ୱତନ୍ତ୍ର ଓ ଆକର୍ଷଣୀୟ ଗୁରୁଦିବସ କାର୍ଯ୍ୟକ୍ରମ କରିବା ନେଇ ବିଧାୟକ ସାଲୁଗା ପ୍ରଧାନ ଙ୍କ ଦ୍ୱାରା ବ୍ୟାନେର ଉନ୍ମୋଚନ କରାଯାଇଥିଲା । ଆଗାମୀ ବର୍ଷ ର ଏହି ଆକର୍ଷଣୀୟ କାର୍ଯ୍ୟକ୍ରମ ପାଇଁ କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିବା ସମସ୍ତ ଅତିଥି ସହ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ କରତାଳି ସହ ସହମତି ପ୍ରଦାନ କରିଥିଲେ । ଏହାପରେ ସମସ୍ତ ଙ୍କ ପାଇଁ ପ୍ରୀତି ଭୋଜନ କାର୍ଯ୍ୟକ୍ରମ ହୋଇଥିଲା । ଏହିପରି ସ୍ୱତନ୍ତ୍ର ଓ ଆକର୍ଷଣୀୟ କାର୍ଯ୍ୟକ୍ରମ କୁ ସମସ୍ତ ଅତିଥି ମିଳିତ ଶିକ୍ଷକ ସଂଘ ଟିକାବାଲି ର ସମସ୍ତ ସଦସ୍ୟ ଙ୍କୁ ଧନ୍ୟବାଦ ସହ ଖୁସିବ୍ୟକ୍ତ କରିଥିଲେ ।
Related Stories
November 22, 2024