ଭୁବନେଶ୍ୱର, ଆସୁଛି ପାର୍ବଣ ଋତୁ । ଏଥିପାଇଁ ବିଭିନ୍ନ ପୂଜା କମିଟି ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି ତଥା ପବିତ୍ର ଜନ୍ମାଷ୍ଟମୀ ଅବସରରେ ମାଙ୍କ ମୂର୍ତି ପାଇଁ ମାଟି ପୂଜା କରାଯାଇଛି । ବୁଧବାର ଦିନ ଭୁବନେଶ୍ୱରର ବିଭିନ୍ନ ପୂଜା କମିଟିର କର୍ମକର୍ତା କୂଆଖାଇ ନଦୀ ପୀଠରେ ପହଂଚି ପୂଜା କରିବା ସହ ମୂର୍ତି ପାଇଁ ମାଟି ଉଠାଇଛନ୍ତି । ସେହିପରି କଟକର ବିଭିନ୍ନ ପୂଜା କମିଟି ମହାନଦୀ ପଠାରେ ପୂଜାର୍ଚ୍ଚନା କରି ମାଟି ଅନୁକୂଳ କରିଛନ୍ତି ।
Related Stories
November 21, 2024
November 21, 2024