
ସୁବର୍ଣ୍ଣପୁର ,ଦୁଇଦିନ ତଳେ ଛତିଶଗଡ଼ରୁ ଓଡ଼ିଶା ଯାଏ ଲମ୍ବିଥିବା ଜାଲ୍ ନୋଟ୍ ରୢାକେଟ୍କୁ କ୍ରାଇମ୍ବ୍ରାଞ୍ଚ ଏସ୍ଟିଏଫ୍ ଟିମ୍ ଠାବ କରିଥିଲା । ଏହି ଘଟଣାରେ ସୋନପୁର ଉଲୁଣ୍ଡା ଅଞ୍ଚଳର ଦୀପକ ମେହେରକୁ ଗିରଫ କରି ତା’ଠାରୁ ୪୧.୧୬ ଲକ୍ଷର ଟଙ୍କାର ଜାଲ୍ ନୋଟ୍, ଛପା ମେସିନ୍ ଆଦି ଜବତ କରାଯାଇଥିଲା। ସେଥିରେ ୫ଶହ ଟଙ୍କିଆ ଜାଲ୍ ନୋଟ୍ ଥିଲା। ତେବେ ବର୍ତ୍ତମାନ ଏକ ସଂଗୀନ ତଥ୍ୟ ସାମ୍ନାକୁ ଆସିଛି । ସୋନପୁର ମାଟିଖାଇ ଗାଁ ଆଖ ପାଖ ରେ ଏସ ଟି ଏଫ୍ ଚ୍ଛାପା ଚାଲିଛି।ଦୀପକର ଭାଇ ଯଶୋବନ୍ତ ଏହି କଳା କାରନାମାର ମାଷ୍ଟରମାଇଣ୍ଡ ବୋଲି ଜଣାପଡିଛି । ସପ୍ତମ ଶ୍ରେଣୀ ଫେଲ ହୋଇ ଫେରିଵାଲା ଭାବେ ଶାଢି ବିକୁଥିବା ଯଶୋବନ୍ତକୁ ଖୋଜିବାକୁ ଏବେ ସୋନପୁର ମାଟିଖାଇ ଗାଁ ଓ ଆଖପାଖରେ ଏସଟିଏଫ ଚଢ଼ାଉ କରିଛି ଯଶୋବନ୍ତ କୁ ଧରିବା ପାଇଁ।ଏସଟିଏଫ କହିଛି ଯେ ଫେରିବାଲା ଭାବେ ବୁଲି ବୁଲି ଦୁଇ ଭାଇ ଶାଢି ବିକ୍ରି କରନ୍ତି । କିନ୍ତୁ ଦୁଇ ଭାଇଙ୍କ ମୁଖ୍ୟ କାମ ହେଉଛି ଜାଲ ନୋଟ କାରବାର । ସାଧାରଣ ନିର୍ବାଚନ ପୂର୍ବରୁ ଛତିଶଗଡ଼ ଚାଲାଣ ହୋଇଥାନ୍ତା ନକଲି ନୋଟ । ପଶ୍ଚିମ ଓଡ଼ିଶା ର କିଛି ପାୱାରଫୁଲ ଲୋକ ଙ୍କ ସହିତ ଯଶୋବନ୍ତ ର ସମ୍ପର୍କ ଥିବା ପ୍ରକାଶ। ଲକ୍ଷେ ଟଙ୍କାର କାରବାର କଲେ କମିଶନ ବାବଦକୁ ୨୫ ହଜାର ଟଙ୍କା ମିଳୁଥିଲା ବୋଲି ଏସଟିଏଫ କହିଛି ।