କେନ୍ଦୁଝର,କେନ୍ଦୁଝର ସରକାରୀ ମାଇନିଂ ଇଞ୍ଜିନିୟରିଂ କଲେଜର ୫ ଜଣ ଛାତ୍ର ଛାତ୍ରୀ ଉଚ୍ଚ ଶିକ୍ଷା ପାଇିଁ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଅର୍ଥରେ ଅଷ୍ଟେଲିଆର କର୍ଟିନ ବିଶ୍ୱବିଦ୍ୟାଳୟ ରେ ପାଠ ପଢିବାକୁ ଯାଉଛନ୍ତି । ଏଥିପାଇିଁ କର୍ଟିନ ବିଶ୍ୱ ବିଦ୍ୟାଳୟ ସହ ଜିଲ୍ଲା ପ୍ରଶାସନର ବୁଝାମଣା ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଛାତ୍ର ଛାତ୍ରୀ ମାନେ କେନ୍ଦୁଝର ସରକାରୀ ମାଇନିଂ ଇଞ୍ଜିନିୟରିଂ କଲେଜରୁ ସଫଳତାର ସହ ବିଟେକ୍ ଶିକ୍ଷା ସମାପ୍ତ କରିବା ପରେ ଏବେ ବିଶ୍ୱର ଅନ୍ୟତମ ସୁନାମଧନ୍ୟ କର୍ଟିନ ବିଶ୍ୱ ବିଦ୍ୟାଳୟରେ ଶିକ୍ଷା ଲାଭ କରିବେ । ଏବଂ ସେମାନଙ୍କର ଯାତାୟତ ଠାରୁ ଅଷ୍ଟ୍ରେଲିଆ ରେ ରହଣୀ ପାଠପଢା ଆଦିର ସମସ୍ତ ଖର୍ଚ୍ଚ ଜିଲ୍ଲା ଖଣିଜ ପାଣ୍ଠି ବହନ କରିବ ବୋଲି ସୂଚନା ମିଳିଛି । ସୋମବାର ଦିନ ଏହି ଛାତ୍ର ଛାତ୍ରୀ ମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି । କେନ୍ଦୁଝରରୁ ଏହି ଛାତ୍ର ଛାତ୍ରୀମାନେ ଅଷ୍ଟ୍ରେଲିଆ କର୍ଟିନ ବିଶ୍ୱ ବିଦ୍ୟାଳୟ ଅଧିନସ୍ଥ େଓ୍ୟଷ୍ଟ ଅଷ୍ଟ୍ରେଲିଆନ ସ୍କୁଲ ଅଫ ମାଇନ୍ସ , ମିନେରାଲ୍ସ , ଏନର୍ଜି ଏଣ୍ଡ କେମିକାଲ ଇଞ୍ଜିନିୟରିଂ ରେ ଉଚ୍ଚ ଶିକ୍ଷା ଲାଭ କରିବା କଥା ଶୁଣି ମୁଖ୍ୟମନ୍ତ୍ରୀ ଖୁସି ବ୍ୟକ୍ତ କରିବା ସହ ସେମାନଙ୍କୁ ଶୁଭଛା ଜଣାଇ କଠିନ ପରିଶ୍ରମ କରି ନିଜର କ୍ୟାରିଅର ଲକ୍ଷ୍ୟ ହାସଲ କରିବାକୁ ପରାମର୍ଶ ଦେଇଥିଲେ । କର୍ଟିନ ବିଶ୍ୱ ବିଦ୍ୟଳୟରେ ଅଧ୍ୟୟନ କରିବାକୁ ଚୟନ ହୋଇଥିବା ଏହିି ଛାତ୍ର ଛାତ୍ରୀମାନେ ହେଲେ ମନିର୍ଭା ସାହୁ , ଅଦ୍ୱିକ କୁମାର , ଆକିବ ଅହମ୍ମଦ , ଗତିଶ ଶେଖର ନାୟକ ଓ ସରୋଜ କୁମାର ବିଶ୍ୱକର୍ମା । ଏହି ସମସ୍ତ ଛାତ୍ର ଛାତ୍ରୀ ପ୍ରଫେସନାଲ ମାଇନିଂ ଇଞ୍ଜିନିୟରିଂ ରେ ସ୍ନାତକୋତର ଡିଗ୍ରୀ ହାସଲ କରିବାକୁ ଯାଉଛନ୍ତି । ପର୍ଥ ଏବଂ ପଶ୍ଚିମ ଅଷ୍ଟ୍ରେଲିଆର େଏøତିହାସିକ ଖଣି ସହର କଲଗୁର୍ଲାରେ ହୋର କାମ୍ପସ ରହିଛି । ଯେଉଁଠାରେ ଖଣିଜ ଭିତିକ ଗବେଷଣାର ପର୍ଯ୍ୟାପ୍ତ ସୁଯୋଗ ରହିଛି । ବିଶ୍ୱର ବିଭିନ୍ନ ପ୍ରତିଷ୍ଠିତ ଉଦ୍ୟଗ ମାନଙ୍କରେ ଛାତ୍ର ଛାତ୍ରୀ ମାନଙ୍କୁ ନିୟୋଜନ କରିବାରେ ଏହି ସ୍କୁଲର ଭଲ ଟ୍ରାକ ରେକର୍ଡ ମଧ୍ୟ ରହିଛି । ଏହି ବୁଝାମଣାର ଉଦ୍ଦେଶ୍ୟ କେନ୍ଦୁଝର ଜିଲ୍ଲାର ଛାତ୍ରଛାତ୍ରୀ ମାନଙ୍କୁ ବିଶ୍ୱସ୍ତରୀୟ ଶିକ୍ଷା ସୁବିଧା ଯୋଗାଇ ଦେବା ସହ ଜିଲ୍ଲାର ପ୍ରତିଭା ମାନଙ୍କର ପରିପୋଷଣ ବୋଲି କୁହାଯାଇଛି । ଏବଂ ମାଇନିଂ ଇଞ୍ଜିନିୟରିଂ କ୍ଷେତ୍ରରେ ସେମାନଙ୍କୁ ଅତ୍ୟାଧୁନିକ ଜ୍ଞାନ କୌଶଳ ସପନ୍ନ କରାଇ ସେମାନଙ୍କୁ ଭବିଷ୍ୟତରେ ନିଜ ଅଂଚଳର ବିକାଶ ରେ ନିୟୋଜନ କରାଇବା ସହ ନେତୃତ୍ୱ ନେବାର ସୁଯୋଗ ଦେବା ଜିଲ୍ଲା ପ୍ରଶାସନର ମୂଳ ଲକ୍ଷ୍ୟ ବୋଲି କୁହାଯାଇଛି । ଯାହା କି ଶୈକ୍ଷିକ ସଫଳତା ଓ ଦାୟିତ୍ୱପୁର୍ଣ୍ଣ ମାନବ ସମ୍ବଳ ପରିଚାଳନାର ଏକ ଉଜ୍ୱଳ ଉଦାହରଣ ରୂପେ ସାବ୍ୟସ୍ତ ହେବ । ଛାତ୍ର ଛାତ୍ରୀ ମାନଙ୍କର ନବୀନ ନିବାସରେ ଭେଟକାଟ ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହ ତାଙ୍କର ବ୍ୟକ୍ତିଗତ ସଚୀବ ଭିକେ ପାଣ୍ଡିଆନ ଓ କେନ୍ଦୁଝର ଜିଲ୍ଲାପାଳ ଆସିଷ ଠାକରେ ଉପସ୍ଥିତ ଥିଲେ । ଅନ୍ୟ ପକ୍ଷରେ ଡିଏମଏଫ ର ସହାୟତାରେ ଉଚ୍ଚ ଶିକ୍ଷା ପାଇିଁ ଅଷ୍ଟ୍ରେଲିଆ ଯାଉଥିବା ୫ଜଣ ଛାତ୍ରଛାତ୍ରୀଙ୍କୁ କେଉଁ ପ୍ରକ୍ରିୟାରେ ଚୟନ କରାଗଲା ଏବଂ ଏହି ବ୍ୟବସ୍ଥା ପ୍ରତ୍ୟେକ ବର୍ଷ ଲାଗୁ ହେବ କି ନାହିଁ ସେ ସଂପର୍କରେ ଜିଲ୍ଲା ପ୍ରଶାସନ ସ୍ପଷ୍ଟ କରିବାକୁ ମତ ପ୍ରକାଶ ପାଇଥିବା ବେଳେ ଅନୁରୂପ ଭାବେ ଯଦି ପ୍ରତ୍ୟେକ ବର୍ଷ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବ ତେବେ କେଉଁ ବର୍ଷ କେଉଁ କେଉଁ ଷ୍ଟ୍ରିମରୁ ତଥା ପାଠ୍ୟକ୍ରମରୁ ଛାତ୍ର ଛାତ୍ରୀ ଚୟନ କରାଯିବ ସେ ସଂପର୍କରେ ବିସ୍ତୁତ ସୂଚନା ପ୍ରଦାନ ନିମନ୍ତ ମତ ପ୍ରକାଶ ପାଇଛି ।ଏଦିଗରେ ପ୍ରଶାସନ ଗୁରୁତ୍ୱ ଦେବା ଆବଶ୍ୟକ ।
Related Stories
November 21, 2024
November 21, 2024