ଭୁବନେଶ୍ୱର,ଗୋଟେ ସମୟରେ କୁହାଯାଉଥିଲା, ‘ଯାହା ଆଜି ବେଙ୍ଗଲ ଭାବୁଛି, ଆସନ୍ତାକାଲି ତାହା ଭାରତ ଭାବେ’ । ବର୍ତମାନ ସମୟ ଆସିଛି, ଓଡିଶାରେ ଯାହା କୁହାଯାଉଛି ବା ମୁଖ୍ୟମନ୍ତ୍ରୀ ଯେଉଁ ମତ ରଖୁଛନ୍ତି, ସେ ମତଟିକୁ ସାରା ଭାରତବର୍ଷ ପରବର୍ତୀ ଅବସ୍ଥାରେ ସମର୍ଥନ କରୁଛନ୍ତି । ଏହା ନିଶ୍ଚୟ ଭାବେ ଏକେ ଶୁଭ ସୂଚନା ବୋଲି ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ କହିଛନ୍ତି ।
ସେ କହିଛନ୍ତି ମହିଳା ସଂରକ୍ଷଣ ସମ୍ପର୍କରେ ବିଜୁ ଜନତା ଦଳର ଆଭିମୁଖ୍ୟ ଅତ୍ୟନ୍ତ ସ୍ପଷ୍ଟ । ଏପରିକି ସଂରକ୍ଷଣ ବ୍ୟବସ୍ଥା ନଥାଇ ବି ଦଳ ପକ୍ଷରୁ ଏକ ତୃତୀୟାଂଶ ମହିଳା ସଂସଦକୁ ଯାଇଛନ୍ତି । ମହିଳା ସଂରକ୍ଷଣ ବିଲ ଦୀର୍ଘ ଦିନ ହେବ ପଡି ରହିଛି । ମହିଳା ସଂରକ୍ଷଣ ପ୍ରସଙ୍ଗକୁ ନେଇ ବିଜୁ ଜନତା ଦଳ ସବୁଠୁ ଆଗରେ ରହିବ । ଏହି ପ୍ରସଙ୍ଗରେ ବିଜେଡିର ପ୍ରସ୍ତାବକୁ ସବୁ ରାଜନୈତିକ ଦଳ ଏକପ୍ରକାର ସମର୍ଥନ ଦେଇଛନ୍ତି । ଆନୁଷ୍ଠାନିକ ଭାବେ ବିଧିବ୍ୟବସ୍ଥା ଭିତରେ ସଂରକ୍ଷଣ ବିଲ ଆସି ସଂସଦରେ ଗୃହୀତ ହେବ ବୋଲି ସେ କହିଛନ୍ତି ।