ମାଲକାନଗିରି, ସ୍ଵାମୀ ବିବେକାନନ୍ଦ ଲୋକସଂସଦ ଜିଲ୍ଲା ଶାଖା ଆନୁକୁଲ୍ୟରେ ୨୫ ତମ ଇ-ପାଠଚକ୍ର ଗତକାଲି ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମାଲକାନଗିରି ମହାବିଦ୍ୟାଳୟର ବାଣିଜ୍ୟ ବିଭାଗର ମୁଖ୍ୟ ତଥା ସ୍ଵାମୀ ବିବେକାନନ୍ଦ ଲୋକସଂସଦ ମାଲକାନଗିରି ଶାଖାର ସଭାପତି ଡଃ. ରଞ୍ଜନ କୁମାର ସ୍ଵାଇଁଙ୍କ ସଭାପତିତ୍ବରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଲୋକସଂସଦର ଆଜୀବନ ସଦସ୍ୟା ତଥା ଶିକ୍ଷୟିତ୍ରୀ ପ୍ରତିମା ନାୟକ ପାଠଚକ୍ରରେ ଉପସ୍ଥିତ ଥିବା ସମସ୍ତ କର୍ମକର୍ତ୍ତା ସଭାପତି ଓ ନିମନ୍ତ୍ରିତ ବକ୍ତାଙ୍କୁ ସ୍ଵାଗତ ଅଭିନନ୍ଦନ ଜଣାଇ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। ଅନ୍ୟତମ ସଦସ୍ୟା ତଥା ଶିକ୍ଷୟିତ୍ରୀ ସାଧନା ରାଣୀ ମଣ୍ଡଳ ମନ୍ତ୍ରପାଠ କରିଥିବା ବେଳେ ସଦସ୍ୟା ଅଙ୍ଗୁର ବାଳା ସ୍ଵାଇଁ ବିବେକବାଣୀ ଓ ଶାନ୍ତି ପାଠ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ସ୍ଵାମୀ ବିବେକାନନ୍ଦ ଲୋକସଂସଦ ଦକ୍ଷିଣ ସମ୍ଭାଗର ସଂପାଦକ ରବୀନ୍ଦ୍ର କୁମାର ମହାରଣା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ଇ-ପାଠଚକ୍ରର ମୁଖ୍ୟବକ୍ତା ଡ଼ଃ. ବିଜୟ କୁମାର ମିଶ୍ର ଅବସରପ୍ରାପ୍ତ ରାଜନୀତି ବିଜ୍ଞାନ ଅଧ୍ୟାପକ ନବରଙ୍ଗପୁର ଯୋଗଦାନ କରି ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍ ଙ୍କ୧୩୫ ତମ ଜନ୍ମତିଥି ପାଳନର ଅବ୍ୟବହିତ ପୂର୍ବରୁ ଭାରତର ମହାନ୍ ବିଦ୍ଵାନ, ଦାର୍ଶନିକ ଓ ସଫଳ ରାଷ୍ଟ୍ରପତି ଡଃ. ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍ ଙ୍କ ବହୁମୁଖୀ ପ୍ରତିଭାର ସବିଶେଷ ଆଲୋଚନା କରିଥିଲେ।
ଏହି ଆଭାସୀ ଇ- ପାଠଚକ୍ରରେ ଜିଲ୍ଲା ତଥା ରାଜ୍ୟର ବିଭିନ୍ନ ସ୍ଥାନରୁ ବହୁ ବ୍ୟକ୍ତି ଅଂଶଗ୍ରହଣ କରିଥିଲେ। ପ୍ରତ୍ୟେକ ମାସର ୪ ତାରିଖ ସଂଧ୍ୟା ୭ଟା ସମୟରେ ମାଲକାନଗିରି ସ୍ଵାମୀ ବିବେକାନନ୍ଦ ଲୋକସଂସଦ ଜିଲ୍ଲା ଶାଖା ଆନୁକୁଲ୍ୟରେ ଏହିଭଳି ପାଠଚକ୍ର ଅନୁଷ୍ଠିତ ହୋଇଆସୁଛି ।