ବଲାଙ୍ଗିର, ଆଜି ବଲାଙ୍ଗୀର କଦମପଡା ସ୍ଥିତ ସରସ୍ବତୀ ଶିଶୁମନ୍ଦିରରେ “ଗୁରୁଦିବସ” ପାଳନ କରାଯାଇଛି । ମୁଖ୍ୟଅତିଥି ରୂପେ ଅବସରପ୍ରାପ୍ତ ସହକାରୀ ଶିକ୍ଷକ ଆଦିକନ୍ଦ ଷଡଙ୍ଗୀ ଯୋଗଦେଇ ଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ରେଶ୍ମା ମେହେର, ଅରୋସ୍ମିତା ବେହେରା, ଅରୁଣିମା ଗୁରୁ, ସାକ୍ଷୀପ୍ରଜ୍ଞା ନାଏକ, ଆଦ୍ୟାଶା ପଟ୍ଟନାୟକ, ଅଙ୍କିତା ସେଠ, ଇପସିତା ପାତ୍ର ଓ ଅମ୍ବିକା ବହିଦାର ସ୍ବାଗତ ସଙ୍ଗୀତ ଗାନ କରିଥିଲେ । ପ୍ରଧାନାଚାର୍ଯ୍ୟ ସୁବ୍ରତ କୁମାର ବେହେରା ଅତିଥି ପରିଚୟ ପ୍ରଦାନ କରିଥିଲେ । ଛାତ୍ରୀ ସ୍ନେହାଞ୍ଜଳୀ ପଣ୍ଡା, ତୃପ୍ତିମୟୀ ପାଢୀ ଓ ସାକ୍ଷୀପ୍ରଜ୍ଞା ନାଏକ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ଏହାପରେ ଶିଶୁବକ୍ତା ଦୈବିକ ଦର୍ଶନ ସାହୁ, ଅର୍ଣ୍ଣବ ପାଣିଗ୍ରାହୀ, ରେଶ୍ମା ମେହେର, ଦେବାଶିଷ ମିଶ୍ର, ସୋହାନୀ ନାଏକ ନିଜ ନିଜ ବକ୍ତବ୍ୟ ରଖିଥିଲେ । ଗୁରୁଜୀ ଚନ୍ଦ୍ର ଶେଖର ବେହେରା ଡଃ. ରାଧାକ୍ରିଷ୍ଣନଙ୍କ ଜୀବନି ଉପରେ ଆଲୋକପାତ କରିଥିଲେ ।
ମୁଖ୍ୟଅତିଥି ନିଜ ବକ୍ତବ୍ୟରେ କହିଥିଲେ ଯେ, “ସୃଷ୍ଟିର ବିବର୍ତ୍ତନବାଦରେ ଗୁରୁଙ୍କ ସତ୍ତା ସର୍ବବ୍ୟାପୀ”,ଏହାର ପ୍ରାମାଣିକ ତଥ୍ୟ ଉପସ୍ଥାପନା କରିଥିଲେ । ତାପରେ ବିଦ୍ୟାଳୟର ସଂପାଦକ ସୁରେନ୍ଦ୍ର ତ୍ରିପାଠୀ ନିଜ ଅଭିଭାଷଣ ପ୍ରଦାନ କରିଥିଲେ । ବିଶେଷ କାର୍ଯ୍ୟକ୍ରମରେ ସମସ୍ତ ଗୁରୁଜୀ ଓ ଗୁରୁମାଙ୍କୁ ଛାତ୍ରଛାତ୍ରୀଙ୍କ ଦ୍ବାରା ପୂଜନ ଓ ଲେଖନୀ ସମର୍ପଣ କରାଯାଇଥିଲା । ମଂଚାସୀନ ଅତିଥି ରୂପେ ସଂପାଦକ ସୁରେନ୍ଦ୍ର ତ୍ରିପାଠୀ, କୋଷାଧ୍ୟକ୍ଷ ସତ୍ୟାନନ୍ଦ ଷଡଙ୍ଗୀ, ଉପ ସଭାପତି ବିରେନ୍ଦ୍ର ଧରୁଆ, ସଦସ୍ୟ ସନାତନ ଠାକୁର ଉପସ୍ଥିତ ଥିଲେ । ଶେଷରେ ସମସ୍ତଙ୍କ ଉଦ୍ଦେଶ୍ୟରେ ଗୁରୁମା ମମତା ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ । ଏହିପରି ଗୁରୁଜୀ ରାଜ କୁମାର ସାହୁଙ୍କ ପରିଚାଳନାରେ କାର୍ଯ୍ୟକ୍ରମ ସଂପର୍ଣ୍ଣ ହୋଇଥିଲା ।