ଭୁବନେଶ୍ୱର, ଭାରତୀୟ ଜନତା ପାର୍ଟି ୫ଟି ସଚିବଙ୍କ ଗସ୍ତକୁ ନେଇ ପୁଣି ଥରେ ରାଜ୍ୟ ସରକାରଙ୍କୁ ଟ୍ରା୍େଗଟ କରିଛି । ବିଜେପି ବିଧାୟକ ନାଉରୀ ନାୟକ କହିଛନ୍ତି, ସଚିବ ଅଗଣତାନ୍ତ୍ରିକ ଭାବେ ଦାଦାଗିରି ଭଳି ହେଲିକପ୍ଟରରେ ବୁଲୁଛନ୍ତି । ସେ କହିଛନ୍ତି ଯେ, ବିରୋଧୀ ପ୍ରଶ୍ନ ଉଠାଇଲେ ସଚିବଙ୍କ ପାଇଁ ମନ୍ତ୍ରୀ ଉତ୍ତର ରଖୁଛନ୍ତି । ଜଣେ ସଚିବଙ୍କ ପାଇଁ ମନ୍ତ୍ରୀ ଅଣ୍ଟାଭିଡ଼ି ବାହାରିବା ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି ।
ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ନିଜେ କିଛି କରିପାରୁ ନାହାନ୍ତି, ନିଷ୍ପତ୍ତି ନେଇପାରୁ ନାହାନ୍ତି । ତାଙ୍କ ନେତାମାନଙ୍କ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଯିବାର ସାହସ ନାହିଁ । ରାଜ୍ୟବାସୀ ଦେଖୁଛନ୍ତି ଓ ସେମାନେ ଉଚିତ ସମୟରେ ଜବାବ ଦେବେ ବୋଲି ସେ କହିଛନ୍ତି ।