
ଭୁବନେଶ୍ୱର, ସାପ କାମୁଡାରେ ମହିଳା ଙ୍କ ମୃତ୍ୟୁ ଘଟିଛି । ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଗଡିଆଳୀ ପଞ୍ଚାୟତ ଅନ୍ତର୍ଗତ ଝାରୀଡିଆ ଗ୍ରାମର ମୁରଲୀ ଜେନାଙ୍କ ପତ୍ନୀ ସବିତା ଜେନାଙ୍କୁ ଗତକାଲି ରାତିରେ ସାପ କାମୁଡ଼ି ଦେଇଥିଲା । ତାଙ୍କୁ ଚିକିତ୍ସା ପାଇଁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ନିଆଯାଇଥିବା ବେଳେ ତାଙ୍କ ରେ ସେଠାରେ ମୃତ ହୋଇଥିବା ଜଣା ପଡିଛି ।