-
ସକ୍ରିୟ ସଭ୍ୟଙ୍କୁ ଦିଆଯିବ ତାଲିମ
ଭୁବନେଶ୍ୱର, ସାଧାରଣ ନିର୍ବାଚନ ନିକଟତର ହେବାରୁ ବିଜୁ ଜନତା ଦଳ ତାର ପ୍ରସ୍ତୁତିକୁ ଜୋରଦାର କରିଛି । ଏହି କ୍ରମରେ ବିଜେଡିର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ପାର୍ଟୀର ବରିଷ୍ଠ ନେତା ମାନଙ୍କ ସହ ଆଲୋଚନା କରିଛନ୍ତି ।
ବିଜେଡିର ବରିଷ୍ଠ ନେତା ପଦ୍ମନାଭ ବେହେରା ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ନିର୍ବାଚନ ପାଖେଇ ଆସୁଥିବାରୁ ଜିଲ୍ଲା ପର୍ଯ୍ୟବେକ୍ଷକ ମାନଙ୍କ ସମେତ ବରିଷ୍ଠ ନେତାଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି । ନିର୍ବାଚନରେ କେମିତି ଜୟଯୁକ୍ତ ହେବୁ ଏବଂ ଅଧିକ ରୁ ଅଧିକ ବିଜେଡି ପ୍ରାର୍ଥୀ କେମିତି ଜିତିକି ଆସିବେ ସେଥିପାଇଁ ସମସ୍ତ ଙ୍କୁ ଟାର୍ଗେଟ ଦିଆ ଯାଇଛି । ଏହା ସହ ଆମ ସରକାରଙ୍କ ଦ୍ୱାରା କଣ ସବୁ ଜନ ହିତ କାରୀ କାର୍ଯ୍ୟକ୍ରମ କରାଯାଉଛି ଏବଂ ୫ଟି ସଚିବ ଙ୍କ ଗସ୍ତ ପରେ କିଭଳି ଲୋକଙ୍କ ସମସ୍ୟା ସମାଧାନ ହେଉଛି ସେ ବିଷୟରେ ଆକ୍ଟିଭ ମେମ୍ବରଙ୍କୁ ଟ୍ରେନିଂ ଦେଇ ପ୍ରଚାର ପ୍ରସାର କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ସବୁ ନିର୍ବାଚନ ମଣ୍ଡଳୀ ରୁ ଆକ୍ଟିଭ ମେମ୍ବର ଙ୍କୁ ସେପ୍େଟମ୍ବର ମାସରେ ଟ୍ରେନିଂ ଦିଆଯିବ ।