ମାଲକାନଗିରି, ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ର ବିଭିନ୍ନ ପ୍ରାଥମିକ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅଧ୍ୟୟନରତ ଦିବ୍ୟାଙ୍ଗ ଛାତ୍ରୀ-ଛାତ୍ରଙ୍କୁ ମଧ୍ୟାହ୍ନ ଭୋଜନ ବାବଦକୁ ଶୁଖିଲା ଖାଦ୍ୟ ସାମଗ୍ରୀ ଯୋଗାଇ ଦିଆଯାଇଛି। ବିଦ୍ୟାଳୟରେ ନାମ ଥାଇ ଶାରିରୀକ, ମାନସିକ ଅନଗ୍ରସର ଦିବ୍ୟାଙ୍ଗ ବିଦ୍ୟାର୍ଥୀ ଦୈନିକ ବିଦ୍ୟାଳୟ ଆସିନପାରିବା ଯୋଗୁ ସେ ପ୍ରଧାନମନ୍ତ୍ରୀ ପୋଷଣ ଯୋଜନାର ସୁଯୋଗ ନେଇପାରୁ ନାହାନ୍ତି। ରାଜ୍ୟ ସରକାରଙ୍କ ନିର୍ଦେଶ କ୍ରମେ ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ଏ ନେଇ ସୂଚନା ପରେ ମାଥିଲି ବ୍ଲକର ଅନୁସୂଚିତ ଜାତି ଜନଜାତି ବିଦ୍ୟାଳୟ ଟିମସପୁଟ ର ପ୍ରଧାନଶିକ୍ଷକ ମଙ୍ଗଲୁ କିର୍ଶାନି, ସହକାରୀ ଶିକ୍ଷକ ଲାଲବାଗ ବାରିକ ସେହି ବିଦ୍ୟାଳୟର ବିଦ୍ୟାର୍ଥୀ ସିଙ୍ଗଲଗୁଡାର ସୋନାଲି ପେଦା, ବସନ୍ତ ନାୟକ, କୁଟୁନିପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁନାଧର ଭୂମିଆଙ୍କ ଦ୍ଵାରା ସେହି ବିଦ୍ୟାଳୟର ରଶ୍ମିତା ଫଟକାଙ୍କୁ ସିଆରସି ଅନ୍ତର୍ଯ୍ୟାମୀ ମଲ୍ଲିକଙ୍କ ଉପସ୍ଥିତରେ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି।ସେହିପରି ସାଲିମି ପଂଚାୟତ ର ନୂଆଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବାସନ୍ତି ଦଳେଇ, ସହକାରୀ ଶିକ୍ଷକ ସଞ୍ଜୟ କୁମାର ସାହୁଙ୍କ ଉପସ୍ଥିତିରେ ରାହୁଲ ଭୂମିଆଙ୍କୁ ଏବଂ ଧୁଙ୍ଗିଆପୁଟ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭି. ରାମପ୍ରସାଦ, ଶିକ୍ଷୟିତ୍ରୀ ମନ୍ଦାକିନୀ ସାହୁ ଓ ସିଆରସି ବିରଜା ଶଙ୍କର ବେହେରାଙ୍କ ଉପସ୍ଥିତିରେ ସେହି ବିଦ୍ୟାଳୟର ପ୍ରତିମା ବାଡାମ ଙ୍କୁ ଓ ଆମ୍ବଗୁଡା ପଂଚାୟତର ଖଡିମାଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ବିମଲ ସର୍ଦ୍ଦାର ସେହି ବିଦ୍ୟାଳୟର ଚନ୍ଦନ ମାଝୀ ର ପରିବାର ଲୋକଙ୍କୁ ଶୁଖିଲା ଖାଦ୍ୟ ଓ ରନ୍ଧା ଖର୍ଚ୍ଚ ପ୍ରଦାନ କରିଥିଲେ ।
ବ୍ଳକ ଶିକ୍ଷାଧିକାରୀ ସୁମିତ ବିଶ୍ଵାସ, ବିଆରସି ଆର. ଏସୁ ଦାସଙ୍କ ନିର୍ଦ୍ଦେଶ କ୍ରମେ ବିଆରପି ଦାୟିତ୍ଵରେ ଥିବା ରତ୍ନାକର ପାଳ କାର୍ଯ୍ୟ ସମ୍ପାଦନ ପାଇଁ ସଂଯୋଜନା କରିଥିଲେ। ଏହି କାର୍ଯ୍ୟକ୍ରମ ମାଥିଲି ବ୍ଳକ ର ୨୦ଟି ପଂଚାୟତର ବିଭିନ୍ନ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଦ୍ୟାଳୟକୁ ଆସି ପାରୁନଥିବା ବିଦ୍ୟାର୍ଥୀ ଲାଭ ପାଇ ପାରିବେ ବୋଲି ସୂଚନା ମିଳିଛି।