
ଭବାନୀପାଟଣା, କଳାହାଣ୍ଡି ଜିଲ୍ଲା ଲଡ଼ୁଗାଁ ର ସଚେତନ ମଞ୍ଚ ତରଫରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଗତକାଲି ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ମଞ୍ଚ ପକ୍ଷରୁ ୩୦ ଗୋଟି ଦାବି ମଧ୍ୟରୁ ପ୍ରମୁଖ ଦାବି ହେଉଛି ଯେ, ଲଡ଼ୁଗାଁ କୁ ବିଜ୍ଞାପିତ ଅଞ୍ଚଳ ପରିଷଦ ମାନ୍ୟତା ଦିଆଯାଉ, ଲଡ଼ୁଗାଁ ରେ ପଂଚାୟତ ସମିତ କରାଯାଉ, ଲଡ଼ୁଗାଁ ରେ ପୋଲିସ ଥାନା କାର୍ଯ୍ୟାଳୟ ପ୍ରତିଷ୍ଠା, ଲଡ଼ୁଗାଁ ରେ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର କରାଯାଉ, ଲଡ଼ୁଗାଁ ରେ ଯୁକ୍ତ ୨ ବିଜ୍ଞାନ କଲେଜ ଓ ବିଜ୍ଞାନ କଳା ଡିଗ୍ରୀ କଲେଜ କରାଯାଉ, ପୂର୍ତ୍ତୃ ବିଭାଗ ମୋଟେର ଠାରୁ ଲଡ଼ୁଗାଁ ଦେଇ ବାନେର ରାସ୍ତା ସମ୍ପ୍ରସାରଣ, ଘରକୁ ଘର ପାନୀୟ ଜଳଯୋଗାଣ କରିବା, ସରକାରୀ ଓ ଗ୍ରାମସଭା ଜମି ଚି଼ହ୍ନଟ କରି ବୃକ୍ଷରୋପଣ କରିବା, ପୋଖରୀ ସବୁକୁ ଉନ୍ନତି କାର୍ଯ୍ୟ କରି ଡ୍ରେନ ବ୍ୟବସ୍ଥା କରିବା ଇତ୍ୟାଦି। ଏହି ୩୦ ଗୋଟି ଦାବି ସମ୍ବଳିତ ପତ୍ର କଳାହାଣ୍ଡି ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି ଲଡ଼ୁଗାଁ ସଚେତନ ମଞ୍ଚ। ସରକାର କେବେ ତାଙ୍କର ଦାବିକୁ ପୂରଣ କରିବେ ତାହା ଦେଖିବାକୁ ବାକି ରହିଲା।