
ମାଲକାନଗିରି, ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ ସ୍ବାଭିମାନ ଅଞ୍ଚଳ ହନ୍ତାଳଗୁଡା ଘାଟିରେ ଏକ ଟ୍ରାକ୍ଟର ଦୁର୍ଘଟଣାଗ୍ରସ୍ତ ହୋଇ ଓଲଟି ପଡିବାରୁ ଦୁଇ ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ମିଳିଥିବା ସୂଚନା ମୁତାବକ, ଦୁର୍ଘଟଣାଗ୍ରସ୍ତ ଟ୍ରାକ୍ଟରଟି ଜୋଡାଆମ୍ବ ଅଞ୍ଚଳରୁ ଚିତ୍ରକୋଣ୍ଡା ଅଭିମୁଖେ ଯାଉଥିବା ସମୟରେ ଭାରସାମ୍ୟ ହରାଇ ଘାଟିରେ ଓଲଟି ପଡିବାରୁ ଟ୍ରାକ୍ଟର ଚାଳକ ସହ ଅନ୍ୟ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଥିବା ଜଣାପଡିଛି। ଘଟଣାସ୍ଥଳରେ ହନ୍ତାଳଗୁଡା ଠାରେ ଅବସ୍ଥିତ ସୀମା ସୁରକ୍ଷା ବାହୀନି ଓ ଘନବେଡା ଗ୍ରାମର ଗୁରୁ ଖେମୁଡୁ ପହଞ୍ଚି ତୁରନ୍ତ ଗୁରୁତର ଆହତ ମାନଙ୍କୁ ଉଦ୍ଧାର କରି ସୀମା ସୁରକ୍ଷା ବାହୀନିଙ୍କ ତରଫରୁ ପ୍ରାଥମିକ ଚିକିତ୍ସା କରାଯାଇ ଦୁଇ ଗୁରୁତର ଆହତଙ୍କୁ ଚିତ୍ରକୋଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇ ଦିଆଯାଇଛି। ଦେବଦୂତ ସାଜି ସେଇ ରାସ୍ତା ଦେଇ ଯାଉଥିବା ଘନବେଡା ଗ୍ରାମର ଗୁରୁ ଖେମୁଡୁ ଠିକ୍ ସମୟରେ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରିଥିବା ଯୋଗୁଁ ମୃତ୍ୟୁମୂଖରୁ ଦୁଇ ଜଣ ବର୍ତି ଯାଇଛନ୍ତି।