-
ଶ୍ରୀମନ୍ଦିର ପ୍ରବେଶ ଦ୍ୱାରରେ ଭକ୍ତଙ୍କୁ କାର୍ଯ୍ୟରତ ପୋଲିସ କର୍ମଚାରୀଙ୍କ ଦ୍ରୁବ୍ୟବହାର
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ଶ୍ରୀମନ୍ଦିର ରେ କାର୍ଯ୍ୟରତ ପୋଲିସ କର୍ମଚାରୀଙ୍କ ଭକ୍ତଙ୍କ ପ୍ରତି ଦ୍ରୁବ୍ୟବହାର ଦିନକୁ ଦିନ ବଢ଼ିବାରେ ଲାଗିଛି |ବିଭିନ୍ନ ସମୟରେ ଏଭଳି ଅଭିଯୋଗ ଆସିଲେ ମଧ୍ୟ ପୋଲିସ ପ୍ରଶାସନ ତରଫରୁ ଏହାକୁ ହାଲୁକା ଭାବେ ଗ୍ରହଣ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ |ସେଥିପାଇଁ ଶ୍ରୀମନ୍ଦିରରେ ପ୍ରବେଶ ଉପରେ କଡାକଡି କରିବା ନାଁରେ ଦ୍ରୁବ୍ୟବହାର ଦିନକୁ ଦିନ ବଢ଼ିବାରେ ଲାଗିଛି |ଯଦି କୌଣସି ଭକ୍ତ ଟିଏ ନିବେଦନ କରୁଛି ମନ୍ଦିର ଭିତରକୁ ମୋତେ ଟିକେ ଛାଡି ଦିଅ କାର୍ଯ୍ୟରତ ପୋଲିସ କର୍ମଚାରୀ ମାନେ ଏମିତି ବ୍ୟବହାର କରୁଛନ୍ତି ଯେମିତି ସେ ଏହା କହି ଗୋଟେ ବଡ଼ ଅପରାଧ କରିଛି |ସେହିପରି କିଛି ଘଟଣା ସୋମବାର ଦିନ ଘଟିଛି | ପୁରୀଜିଲ୍ଲା ଅବକାଶ ଲେନ ନିବାସୀ ବିଶ୍ବନାଥ ଦାଶଙ୍କୁ ପଶ୍ଚିମ ଦ୍ୱାର ନିକଟରେ କାର୍ଯ୍ୟରତ ପୋଲିସ କର୍ମଚାରୀ ଦୃବ୍ୟବହାର କରିଥିବା ଅଭିଯୋଗ କରି ସିଂହଦ୍ୱାର ଥାନା ଭାରପ୍ରାପ୍ତ ଅଧିକାରୀଙ୍କୁ ଏକ ଲିଖିତ ଅଭିଯୋଗ କରିଛନ୍ତି |ଲିଖିତ ଅଭିଯୋଗରେ ଶ୍ରୀଦାଶ ଉଲ୍ଲେଖ କରିଛନ୍ତି ଯେ ଗତ ତା ୨୮ ଅଗଷ୍ଟ ୨୦୨୩ ରିଖ ସୋମବାର ରାତି ପ୍ରାୟ ୧୦.୨୦ ମି ସମୟ ରେ ମୁଁ ପଶ୍ଚିମ ଦ୍ବାର ଦେଇ ମନ୍ଦିର ରେ ପ୍ରବେଶ କରିବା ପାଇଁ ମୋ ଆଧାର କାର୍ଡ ଦେଖାଇବା ସତ୍ତ୍ଵେ ସେଠାରେ କାର୍ଯ୍ୟରତ ଥିବା କୁଲୁ ନାମକ ଜଣେ ହାବିଲଦାର ମୋତେ ଯିବାକୁ ଦେଇନଥିଲେ | ମୁଁ ପ୍ରତିବାଦ କରିବାରୁ ମୋତେ ଅସଭ୍ୟ ବ୍ୟବହାର କରିବା ସହିତ ଅଶାଳୀନ ଭାଷା ମଧ୍ୟ କହିଲେ ଯଥା – ତୁ ବେସି କଥା କହନା ଯା ତୋ ହାତରେ କଣ ହେବ କରେ, ବେସି ଛୋଡ଼ି ହଉଛୁ, ଶଳା ଚୋର ସାମ୍ବାଦିକ, ସବୁ ସାମ୍ବାଦିକ ଚୋର ଏପରି ଆହୁରି ଖରାପ କଥା ଦୀର୍ଘ ୪୦ ମିନିଟ ପର୍ଯ୍ୟନ୍ତ କହିଲେ ଓ ଅନେକ ବରିଷ୍ଠ ସେବାୟତ ମଧ୍ୟ ମୁଁ ପୁରୀ ସହରର କହିଲା ପରେ ମଧ୍ୟ ଏପରିକି ପୁରୀ ବିଧାୟକଙ୍କ ଜଣେ ପ୍ରତିନିଧି ଆସି ମୁଁ ଜଣେ ଓକିଲ ଓ ରାଜନୈତିକ ବ୍ୟକ୍ତି ବୋଲି ପରିଚୟ ଦେବା ପରେ ଓ ଦେଉଥିବା ସମୟରେ ମଧ୍ୟ ବି କୁଲୁ ସହ ଅନ୍ୟ ଦୁଇଜଣ ମଧ୍ୟ ଅଭଦ୍ର ବ୍ୟବହାର ଜାରି ରଖିଥାନ୍ତି | ଶେଷରେ ପୁରୀ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ ଆସି ପହଁଚିବା ପରେ ମଧ୍ୟ ସେମାନେ ମୋତେ ଖରାପ ବ୍ୟବହାର ଜାରି ରଖିଥାନ୍ତି ଓ ଜଣେ କନେଷ୍ଟବଳ ମଧ୍ୟ ମୋତେ ବିଧାୟକ ଙ୍କ ସାମ୍ନାରେ ଠେଲି ଦେଲା ଭଳି ମୋ ଦେହରେ ହାତ ଦେଲେ ମୁଁ ମନ୍ଦିର ରେ ପ୍ରବେଶ କଲା ପରେ ଓ କରିବା ସମୟରେ ମଧ୍ୟ ସେମାନେ ମୋତେ ଅପମାନିତ କରି କହିବା ବନ୍ଦ କରିନଥିଲେ |ଏହି
ନିନ୍ଦନୀୟ ଘଟଣାର ସିସିଟିଭି ଯାଞ୍ଚ କରାଯାଇ ଦୋଷୀ ବିରୁଦ୍ଧରେ ବିହିତ ପଦକ୍ଷେପ ନେବାପାଇଁ ଶ୍ରୀଦାଶ ସିଂହଦ୍ୱାର ଥାନା ଅଧିକାରୀଙ୍କୁ ଲିଖିତ ନିବେଦନ କରିଛନ୍ତି |