କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,୫୬ତମ କୁମାର ଉତ୍ସବ ନିମନ୍ତେ ପ୍ରଥମ ପ୍ରସ୍ତୁତି ବୈଠକ ସ୍ଥାନୀୟ ଭକ୍ତ ସାଲବେଗ ପୀଠରେ ଅନୁଷ୍ଠିତ ହୋଇଯାଇଅଛି। ଅନୁଷ୍ଠାନ ର ସଭାପତି ବରିଷ୍ଠ ଅଧିବକ୍ତା ଶ୍ରଯୁକ୍ତ ବିଭୁ ପ୍ରସାଦ ତ୍ରିପାଠୀ ଙ୍କ ସଭାପତିତ୍ଵରେ ଏହି ବୈଠକ ରେ ସ୍ବର୍ଗତ ଦିବାକର ତ୍ରିପାଠୀ ଙ୍କ ସ୍ମୃତି ରେ ଜିଲ୍ଲା ସ୍ତରୀୟ ବିଭିନ୍ନ ପ୍ରତିଯୋଗିତା ଗୀତା ପାଠ, ବେଦ ପାଠ, ହନୁମାନ ଚାଳିଶା, ଝୋଟି, ସଙ୍ଗୀତ, ଚିତ୍ରାଙ୍କନ, ସଙ୍ଗୀତ, ନୃତ୍ୟ ଆଦି ହେବା ସହ,ପ୍ରତିବର୍ଷ ଭଳି ଶ୍ରୀକାନ୍ତ ମହାନ୍ତି ଙ୍କ ସମ୍ପାଦନା ରେ ସ୍ମରଣିକା ଉନ୍ମଚନ ହେବା ସହ ତିନିଦିନ ବ୍ୟାପ୍ତି ମୁକ୍ତାକାଶ ରଙ୍ଗମଞ୍ଚ ରେ ସାହିତ୍ୟ, ସଂସ୍କୃତି ଓ ପରମ୍ପରା କୁ ନେଇ ୫୬ତମ କୁମାର ଉତ୍ସବ ମହାସମାରୋହରେ ପାଳନ ନିମନ୍ତେ ସ୍ଥିର କରାଗଲା। ଅନୁଷ୍ଠାନ ପକ୍ଷର ସଦ୍ୟତମ ଓଡ଼ିଶା ରାଜ୍ୟ ଓକିଲ ପରିଷଦ ନିର୍ବାଚନ ରେ ବିଜଇ ହୋଇଥିବା ବରିଷ୍ଠ ଅଧିବକ୍ତା ଶ୍ରୀଯୁକ୍ତ ବିଭୁ ପ୍ରସାଦ ତ୍ରିପାଠୀ ଙ୍କୁ ସମ୍ମାନିତ କରାଯାଇଥିଲା।ଏହି ବୈଠକ ରେ ଈଂ ରାଜେଶ ମିଶ୍ର, ଶ୍ରୀକାନ୍ତ ମହାନ୍ତି,ଚକ୍ରଧର ମହାପାତ୍ର, ବିଦୁ ଲତା ଆଚାର୍ଯ୍ୟ,ସଂଗ୍ରାମ କେଶରୀ ଦାସ, ଅମରେନ୍ଦ୍ର ପାଇକରାୟ, ସିତୁ ରଞ୍ଜନ ପୃଷ୍ଟି , ରତନ କୁମାର ଦାସ,ବିଶ୍ୱନାଥ ଦାସ, ସୁକାନ୍ତ ପଣ୍ଡା, ପ୍ରଶାନ୍ତ କୁମାର ପ୍ରଧାନ, ସାଧନା ମହାନ୍ତି ଅନୁଷ୍ଠାନ ର ସମ୍ପାଦକ ସ୍ଵାଧୀନ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।