
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ତାଳବଣିଆ ପୋଲିସ ଷ୍ଟେସନ ଅନ୍ତର୍ଗତ ମଧୁବାବୁ ଦ୍ୱିତୀୟ ଲେନ ରୁ ଦିନ ଦ୍ବିପ୍ରହରରେ ଜଣେ ମହିଳାଙ୍କଠାରୁ ତିନି ଲକ୍ଷ ଟଙ୍କା ଥିବା ବ୍ୟାଗ ଛଡ଼ାଇ ନେବା ପରେ ଦୁଇଜଣ ଯୁବକ ମୋଟରସାଇକେଲରେ ପଳାଇଥିଲେ। ସିସିଟିଭି ଫୁଟେଜ ଅନୁଯାୟୀ, ଶ୍ରୀମତୀ ବିଚିତ୍ରା ବିଶ୍ୱାଳ ନବକଳେବର ରୋଡ଼ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର ଶାଖାରୁ ତାଙ୍କ ଝିଅର ବିବାହ ପାଇଁ ବ୍ୟାଙ୍କରୁ ତିନି ଲକ୍ଷ ଟଙ୍କା ହାତରେ ଏକ ବ୍ୟାଗରେ ନେଇ ପୁଅ ସହିତ ପାଦରେ ଚାଲି ଚାଲି ତାଙ୍କ ଘରକୁ ଯାଉଥିଲେ। ହଠାତ ସେହି ସମୟରେ ଦୁଇଜଣ ଯୁବକ ଆଗରୁ ମୋଟରସାଇକେଲରେ ଆସି ବ୍ୟାଗଟି ଛଡ଼ାଇ ନେଇ ପଳାଇ ଯାଇଥିଲେ। ଏହି ଘଟଣା ଶନିବାର ଦିନ ଘଟିଥିଲା କିନ୍ତୁ ଆଜି ଘଟଣା ସ୍ଥଳର ସିସିଟିଭି ଆଧାରରେ ସମସ୍ତ ଫୁଟେଜ ଆସିବା ସହିତ 143/23 ନମ୍ବରରେ ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଛି ଏବଂ ପୋଲିସ ତଦନ୍ତ ଆରମ୍ଭ କରିଛି। ଏବେ ପର୍ଯ୍ୟନ୍ତ ପୋଲିସ କୁ କୌଣସି ସଫଳତା ମିଳିନାହିଁ।