କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ସମ୍ପର୍କ ସାହିତ୍ୟ ଅନୁଷ୍ଠାନ ପକ୍ଷରୁ ପୁରୀ ଧ୍ୟାନମନ୍ଦିର ପରିସରରେ ଆଲୋଚନା ଚକ୍ର, କବିତା ପାଠୋତ୍ସବ ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠାନର ସଭାପତି ରବିନ୍ଦ୍ରନାଥ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠି ଯୋଗଦାନ କରି କହିଲେ ସାହିତ୍ୟ ହେଉଛି ସମ୍ପର୍କର ମିଠା ସମ୍ପର୍କ ଓ ଦର୍ପଣ l ସାହିତ୍ୟ ଦ୍ୱାରା ସମାଜରେ ସମ୍ପର୍କ ସୃଷ୍ଟି ହୁଏ l ତେଣୁ ସାହିତ୍ୟରେ ହିଁ ନୂଆ ସମ୍ପର୍କ ସୃଷ୍ଟି ହେବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ l ମୁଖ୍ୟ ବକ୍ତାଭାବେ ଐତିହାସିକ ମଦନ ମୋହନ ମହାପାତ୍ର ଯୋଗଦେଇ କହିଲେ ସମ୍ପର୍କ ଶବ୍ଦଟି ଜଟିଳ, ସରଳ ଓ ବୋଧଗମ୍ୟ l ଭାବ ଆସିଲେ ସାହିତ୍ୟ ସରଳ ଭାବ ନଆସିଲେ ସାହିତ୍ୟ ଜଟିଳ l ଉତ୍କଳର ଇତିହାସ ସହିତ ଜଗନ୍ନାଥ ସଂସ୍କୃତିର ମୌଳିକ ସମ୍ପର୍କ ରହିଛି ବୋଲି ସେ କହିଥିଲେ l ସ୍ତମ୍ଭକାର ଗୁରୁଚରଣ ଦାସ ଯୋଗ ଦେଇ କହିଲେ ସମାଜ ସାହିତ୍ୟ ଓ ମାନବିକ ଜୀବନ ଧାରାର ତ୍ରିକୋଣୀୟ ସମ୍ପର୍କ ରହିଛି l
ଏହି କାର୍ଯ୍ୟକ୍ରମରେ ଭକ୍ତିଅର୍ଘ୍ୟ ମୁଖ୍ୟ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ଦାସ, ଅନୁରାଗ ସାହିତ୍ୟ ସଂଗୋଷ୍ଠୀର ସଭାପତି ଶ୍ରୀମତୀ ବିଜୟ ଲକ୍ଷ୍ମୀ ଦାଶ,ଭାଷା ସୁରକ୍ଷା ପ୍ରତିଷ୍ଠାନ ଚିଲିକାର ସଭାପତି ରଙ୍କନାଥ ସେଠି, ସମ୍ପର୍କ ସାହିତ୍ୟର ପୂର୍ବତନ ସଭାପତି ଡା ପ୍ରମିଲ କୁମାର ନନ୍ଦ, ପୂର୍ବତନ ସମ୍ପାଦକ ସୁରେଶ କୁମାର ପଟ୍ଟନାୟକ, ଅନୁଷ୍ଠାନର ନୂତନ ସମ୍ପାଦିକା ପ୍ରଭାସିନୀ ମିଶ୍ର, ଶ୍ରୀମତୀ ମଞ୍ଜୁଶ୍ରୀ ମିଶ୍ର, ଉପଦେଷ୍ଟା ଉର୍ମିଳା ସାମନ୍ତରାୟ ପ୍ରମୁଖ ମଂଚାସୀନ ଥିଲେ l କବୀ ପ୍ରଭାସିନୀ ମିଶ୍ର ଏବଂ ମଞ୍ଜୁଶ୍ରୀ ମିଶ୍ରଙ୍କ ସଂଯୋଜନାରେ ଏକ କବିତା ପାଠୋତ୍ସବରେ ଅଂଶଗ୍ରହଣ କରି ଡକ୍ଟର ଦିଲ୍ଲୀପ ସେନାପତି, କମଳିନୀ ପାଣିଗ୍ରାହୀ, ଭାରତୀ ଭୂଷଣ ଦାସ, ମନୋରମା ଆଚାର୍ଯ୍ୟ, ଅଧ୍ୟାପିକା ସୁଚିସ୍ମିତା ମହାନ୍ତି ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ l ଏହି ଅବସରରେ ଅନୁଷ୍ଠାନର ସହଯୋଗୀ ରୋଟାରୀକ୍ଲଵ ଅଫ ପୁରୀ ସାଗର ରାଜ୍ୟର 122 ଗୋଟି ରୋଟାରି କ୍ଲବକୁ ନେଇ ଏକ ସେମିନାର ପୁରୀରେ ଆସନ୍ତା 24/11/2023ରେ ଅନୁଷ୍ଠିତ ହେବା ପାଇଁ ସେମିନାରର ଚେୟାରମ୍ୟାନ ଦାମୋଦର ମହାନ୍ତି ସୂଚନା ପ୍ରଦାନ କରିଥିଲେ l ଶେଷରେ ଅନୁଷ୍ଠାନର ମୁଖ୍ୟ ଆବାହକ ଦାମୋଦର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ |
Related Stories
November 23, 2024