ନୂଆଦିଲ୍ଲୀ,ଭାରତର ସମୁଦ୍ର ସୁରକ୍ଷା ମଜବୁତ କରିବା ଉଦ୍ଦେଶ୍ୟରେ ଭାରତୀୟ ନୌସେନାର କମାଣ୍ଡର ସେପ୍ଟେମ୍ବର ୪ ରୁ ୬ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀରେ ଏନେଇ ବିଚାରବିମର୍ଶ କରିବେ । ନୌସେନା କମାଣ୍ଡର ଅସ୍ତ୍ରଶସ୍ତ୍ର ଓ ସେନସର୍ ର ପ୍ରଦର୍ଶନ ତଥା ଭାରତୀୟ ନୌସେନାର ପ୍ଲାଟଫର୍ମ ଗୁଡିକର ପ୍ରସ୍ତୁତିର ମଧ୍ୟ ସମୀକ୍ଷା କରିବେ । ୨୦୨୩ ରେ ନୌସେନା କମାଣ୍ଡରଙ୍କ ସମ୍ମିଳନୀର ଏହି ଦ୍ଵିତୀୟ ସଂସ୍କରଣ ନୌସେନାର ଯୁଦ୍ଧକ କ୍ଷମତା ବଢାଇବାର କୌଶଳର ମଧ୍ୟ ତଲାସ କରିବ । ପ୍ରତିରକ୍ଷା ରାଜ୍ୟମନ୍ତ୍ରୀ ଅଜୟ ଭଟ୍ଟ ନୌସେନା କମାଣ୍ଡର ମାନଙ୍କୁ ସମ୍ବୋଧନ କରିବେ ।
ପ୍ରତିରକ୍ଷା ମନ୍ତ୍ରାଳୟର ସୂଚନା ପ୍ରକାରେ, ୨୦୨୩ ରେ ନୌସେନା କମାଣ୍ଡରଙ୍କ ସମ୍ମିଳନୀର ଦ୍ଵିତୀୟ ସଂସ୍କରଣ ଆଜି ଠାରୁ ଆସନ୍ତା ୬ ତାରିଖ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ । ଏହି ସମ୍ମିଳନୀ ଉଚ୍ଚ ସ୍ତରିୟ ଦ୍ଵିବାର୍ଷିକ କାର୍ଯ୍ୟକ୍ରମ ଅଟେ । ଏଥିରେ ନୌସେନା କମାଣ୍ଡର ମାନେ ମହତ୍ଵପୂର୍ଣ୍ଣ ନୀତିଗତ ନିଷ୍ପତି ଉପରେ ବିଚାର ବିମର୍ଶ କରିବେ । ‘ହାଇବ୍ରିଡ’ ପ୍ରାରୂପରେ ଆୟୋଜିତ ହେବାକୁ ଥିବା ଏହି ତିନି ଦିବସୀୟ ସମ୍ମିଳନୀରେ ନୌସେନା ପ୍ରମୁଖ ଆଡମିରାଲ ଆର. ହରି କୁମାରଙ୍କ ଅଧ୍ୟକ୍ଷତାରେ ଭାରତୀୟ ନୌସେନାର ବରିଷ୍ଠ ନେତୃତ୍ଵ ପ୍ରମୁଖ ପରିଚାଳନା, ସାମଗ୍ରୀ, ମାନବ ସମ୍ବଳ, ପ୍ରଶିକ୍ଷଣ ଏବଂ ପ୍ରଶାସନିକ କାର୍ଯ୍ୟର ସମୀକ୍ଷା କରିବେ ।