
ଶିଲଙ୍ଗ, ମେଘାଳୟ ପୋଲିସ ଏକ ଅନ୍ତଃରାଜ୍ୟ ଡ୍ରଗ୍ସ ମାଫିଆକୁ ଗିରଫ କରିଛି । ଅଭିଯୁକ୍ତ ନିକଟରୁ ପୋଲିସ 15 କୋଟି ଟଙ୍କାର କ୍ରିଷ୍ଟାଲ (ସ୍ପଟିକ) ସହ ଗୋଟିଏ ଶକ୍ତିଶାଳୀ ଓ ଘାତକ ଔଷଧ ଜବତ କରିଛି । ଡ୍ରଗ୍ସ ନିରୋଧୀ ଟାସ୍କଫୋର୍ସ ପକ୍ଷରୁ ଜୟନ୍ତିୟା ହିଲ୍ସ ଜିଲ୍ଲାର କୋଙ୍ଗାଙ୍ଗରେ ଚଢାଉ କରାଯାଇ 10.16 କିଲୋଗ୍ରାମ କ୍ରିଷ୍ଟାଲ ମେଥ ଜବତ କରାଯାଇଛି ।