
ଗଞ୍ଜାମ, ଜାତୀୟ ଆଇନ ସେବା ପ୍ରାଧିକରଣ ଓ ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶ କ୍ରମେ ଆସନ୍ତା ୯ ତାରିଖ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ସ୍ଥିତ ଜିଲ୍ଲା କୋର୍ଟ ସହିତ ଅନ୍ୟ ସମସ୍ତ କୋର୍ଟ ପରିସରରେ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବ ।
ରାଷ୍ଟୀୟ ଲୋକ ଅଦାଲତରେ ଫୌଜଦାରୀ, ଚେକ୍ ବାଉନ୍ସ ମାମଲା, ବ୍ୟାଙ୍କ ଋଣ ମାମଲା, ମୋଟର ଦୁର୍ଘଟଣାଜନିତ କ୍ଷତିପୂରଣ, ଶ୍ରମ ଓ ନିଯୁକ୍ତି ବିଭାଗ, ବିଦ୍ୟୁତ, ଜଳ ଓ ଅନ୍ୟାନ୍ୟ ବିଲ୍ ଦେୟ ଜନିତ ବିଭାଗ, ବୈବାହିକ ବିବାଦ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ଚାକିରୀ ସମ୍ବନ୍ଧୀୟ (ଦରମା, ଭତା, ଅବସରକାଳିନ ପ୍ରାପ୍ୟ), ରାଜସ୍ଵ, ମୋଟର ଯାନ ସମ୍ବନ୍ଧୀୟ ଓ ଅନ୍ୟ ଦେୱାନୀ ମୋକଦ୍ଦମା ଆଦି ଆପୋଷ ସହମତିରେ ସମାଧାନ କରାଯିବ । ଲୋକ ଅଦାଲତରେ ମୋକଦ୍ଦମା ବିବାଦର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ପଡେନାହିଁ । ତେବେ ଲୋକ ଅଦାଲତଙ୍କ ରାୟ ବୈଧ, ଚୂଡ଼ାନ୍ତ ଏବଂ ଅମଳଯୋଗ୍ୟ । ଏଥିନେଇ ଜିଲ୍ଲା ଆଇନସେବା ପ୍ରାଧିକରଣ କାର୍ଯ୍ୟାଳୟ ସହିତ ଯୋଗାଯୋଗ କରିବାକୁ ଗଞ୍ଜାମ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସୂଚନା ଦିଆଯାଇଛି ।