ଭୁବନେଶ୍ଵର, ଗତ ୨୪ ଘଂଟାରେ ରାଜ୍ୟରେ ବିସ୍ତୃତି ବର୍ଷା ରେକର୍ଡ ହୋଇଛି, ହାରାହାରି ବର୍ଷା ୧୩ ମି.ମି. ରେକର୍ଡ କରାଯାଇଛି । ଯାହା ସ୍ଵାଭାବିକ ବର୍ଷା ତୁଳନାରେ ୧୪ ପ୍ରତିଶତ ଅଧିକ ରହିଛି । ସର୍ବାଧିକ ବର୍ଷା କଟକ ଜିଲ୍ଲାର ବାଙ୍କୀ ଠାରେ ୧୩୩.୦ ମି.ମି. ରେକର୍ଡ କରାଯାଇଛି ।
ସେହିପରି ଗତ ୨୪ ଘଂଟା ମଧ୍ୟରେ ଢ଼େଙ୍କାନାଳ ଜିଲ୍ଲାର ଗନ୍ଦିଆରେ ୮୪.୪ ମି.ମି., ବାଲେଶ୍ଵର ଜିଲ୍ଲାର ଭୋଗରାଇରେ ୮୨.୦ ମି.ମି., ଅନୁଗୁଳ ଜିଲ୍ଲାର ବଅଁରପାଳରେ ୭୧.୨ ମି.ମି., ଯାଜପୁର ଜିଲ୍ଲାର ଯାଜପୁରରେ ୬୫.୦ ମି.ମି., ମୟୂରଭଞ୍ଜ ଜିଲ୍ଲାର ବିଜାତଳାରେ ୬୫.୦ ମି.ମି., କଳାହାଣ୍ଡି ଜିଲ୍ଲାର ଗୋଲାମୁଣ୍ଡାରେ ୬୪.୪ ମି.ମି., ସୁନ୍ଦରଗଡ଼ ଜିଲ୍ଲାର ବାଲିଶଙ୍କରା ୬୪.୨ ମି.ମି., ବଲାଙ୍ଗିର ଜିଲ୍ଲାର ବଙ୍ଗମୁଣ୍ଡାରେ ୬୩.୦ ମି.ମି., ସୁନ୍ଦରଗଡ଼ ଜିଲ୍ଲାର ହେମଗିରିରେ ୬୨.୦ ମି.ମି., ଗଞ୍ଜାମ ଜିଲ୍ଲାର ଧରାକୋଟରେ ୬୧.୦ ମି.ମି., ଯାଜପୁର ଜିଲ୍ଲାର ବିଞ୍ଝାରପୁରରେ ୫୭.୦ ମି.ମି. ଏବଂ କଳାହାଣ୍ଡି ଜିଲ୍ଲାର ନର୍ଲାରେ ୫୭.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଭୁବନେଶ୍ଵର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରୀ ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।