ଭୁବନେଶ୍ୱର, ୧୦୮ ଦଫା ଚାର୍ଜସିଟ୍ ସହ ସରକାରଙ୍କୁ ଘେରିବାକୁ ବିଜେପି ଯୋଜନା କରିଛି । ବିରୋଧୀଦଳ ନେତା ଜୟନାରାୟଣ ମିଶ୍ର ଏନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି, 5ଟି ସଚିବଙ୍କ ଜିଲ୍ଲା ଗସ୍ତ ପ୍ରସଙ୍ଗ ଚାର୍ଜସିଟ୍ରେ ରହିବ। କେଉଁ କ୍ଷମତାରେ ଜିଲ୍ଲା ବୁଲୁଛନ୍ତି, ସବୁ କାମ ତାମିଲନାଡୁ ଲୋକଙ୍କୁ ଦେଉଛନ୍ତି ତା ଉପରେ ପ୍ରଶ୍ନ କରାଯିବ ।
ସେ କହିଛନ୍ତି. ସରକାରଙ୍କ ବିଫଳତା, ଦୁର୍ନୀତିରେ ଲିପ୍ତ ପ୍ରସଙ୍ଗ ଚାର୍ଜସିଟ୍ରେ ରହିବ। କୋଇଲାରୁ ଆରମ୍ଭ କରି ଲୁହା ଦୁର୍ନୀତି, ରତ୍ନଭଣ୍ଡାର ଚାବି ପ୍ରସଙ୍ଗ ରହିବ। ଓଡ଼ିଶାର ସମସ୍ତ ୩୦ ଜିଲ୍ଲାର ଦୁର୍ନୀତିକୁ ଚାର୍ଜସିଟ୍ରେ ଗୁରୁତ୍ୱ ଦିଆଯିବ। ପଞ୍ଚାୟତ, ବ୍ଲକ, ଜିଲ୍ଲା, ରାଜ୍ୟସ୍ତରରେ ଚାର୍ଜସିଟ୍ ଦିଆଯିବ ବୋଲି ସେ କହିଛନ୍ତି ।