ଭୁବନେଶ୍ୱର, ବାହାନଗା ରେଳ ଦୁର୍ଘଟଣା ମାମଲାରେ ୨୮ ମୃତଦେହ ଏବେ ମଧ୍ୟ ଭୁବନେଶ୍ୱର ଏମ୍ସରେ ରହିଛି । ଭୁବନେଶ୍ୱର ଏମ୍ସ ସୁପରିଟେଣ୍ଡେଣ୍ଟ ଏହି ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ ମୋଟ୍ ୮୧ଟି ମୃତଦେହ ଥିଲା, ଦାବିଦାର ଥିଲେ ୧୧୦ ଜଣ। ଡିଏନ୍ଏ ସାମ୍ପଲ ଟେଷ୍ଟରୁ ୫୩ ଜଣଙ୍କ ମ୍ୟାଚ୍ କଲା। ମ୍ୟାଚ୍ ହୋଇ ନଥିବା ୨୮ ମୃତଦେହ ଏମ୍ସରେ ସଂରକ୍ଷିତ ରହିଛି। ଗତ ୧୦ ଦିନ ଭିତରେ କୌଣସି ମୃତକଙ୍କ ଦାବିଦାର ଆସି ନାହାନ୍ତି। ଦାବିଦାର ନଥିବା ମୃତଦେହର କ’ଣ କରାଯିବ, ନିଷ୍ପତ୍ତିକୁ ଅପେକ୍ଷା। ରେଳ ମନ୍ତ୍ରାଳୟ, ସିବିଆଇ, ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା କରାଯାଇଥିବା ସେ ପ୍ରକାଶ କରିଛନ୍ତି ।