ବଲାଙ୍ଗିର, ଓଡିଶା ସରକାରଙ୍କ ନୂତନ ଯୋଜନା ଆମ ପୋଖରୀ କାର୍ଯ୍ୟକ୍ରମରେ ସହରାଞ୍ଚଳରେ ଥିବା ଜଳାଶୟ ନବୀକରଣ କରାଯିବା ପାଇଁ ଯୋଜନାକୁ ତ୍ଵରାନ୍ଵିତ କରାଯିବାକୁ ଆରମ୍ଭ ହୋଇଛି ଉଦ୍ୟମ। ବଲାଙ୍ଗୀର ସରୋଜିନୀ ରେସିଡ଼େନ୍ସିରେ ଗତକାଲି ବଲାଙ୍ଗୀର, ନୂଆପଡା, ବରଗଡ, କଳାହାଣ୍ଡି ଓ ସୋନପୁର ଜିଲ୍ଲା ପାଇଁ ଏକ କର୍ମଶାଳାର ଆୟୋଜନ କରାଯାଇଥିଲା। କର୍ମଶାଳାକୁ ଉଦଘାଟନ କରିଥିଲେ ବଲାଙ୍ଗୀର ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ।
ଏଥିରେ ଆମ ପୋଖରୀର ପ୍ରକଳ୍ପ ପ୍ରସ୍ତୁତି, ସ୍ବୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ କାର୍ଯ୍ୟ କିପରି ହେବ ସେ ସଂପର୍କରେ ତାଲିମ ପ୍ରଦାନ କରିଥିଲେ ଜଳାଶୟ ନବୀକରଣ କାର୍ଯ୍ୟକ୍ରମର ଉପଦେଷ୍ଟା ଭାଗ୍ଯଧର ସାହୁ ଓ ତାଙ୍କର ସହଯୋଗୀ ମାନେ। ଡ୍ରୋନ ସର୍ଭେ ପରେ ବେଶୀ ଖରାପ ହୋଇଥିବା ଜଳାଶୟ ଗୁଡିକର କାମ ଆଗରୁ ଆରମ୍ଭ କରିବାକୁ ଯୋଜନା ପ୍ରସ୍ତୁତ କରିବାକୁ ଏହି କର୍ମଶାଳାରେ କୁହାଯାଇଥିଲା ।