-
ଲିଙ୍ଗରାଜ ମନ୍ଦିର ଓଡ଼ିଆ ଜାତିର କଳା, ସଂସ୍କୃତି ଏବଂ ସମୃଦ୍ଧିର ଏକ ପ୍ରତିବିମ୍ବ – ଧର୍ମେନ୍ଦ୍ର ପ୍ରଧାନ
-
ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରି ନିଜକୁ ସୌଭାଗ୍ୟଶାଳୀ ମନେକରୁଛି
ଭୁବନେଶ୍ୱର, କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ପ୍ରଭୁ ଶ୍ରୀ ଲିଙ୍ଗରାଜ ମନ୍ଦିରରେ ଦର୍ଶନ କରିଛନ୍ତି । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରି ନିଜକୁ ସୌଭାଗ୍ୟଶାଳୀ ମନେକରୁଛି । ଲିଙ୍ଗରାଜ ମନ୍ଦିର ଆସ୍ଥାର କେନ୍ଦ୍ର । ଓଡ଼ିଆ ଜାତିର କଳା, ସଂସ୍କୃତି ଏବଂ ସମୃଦ୍ଧିର ଏକ ପ୍ରତିବିମ୍ବ । ଏଠାକୁ ଆସି ମୁଁ ସନ୍ତୋଷ ଲାଭ କରିଥାଏ । ଶ୍ରୀ ପ୍ରଧାନ ପ୍ରଭୁଙ୍କ ପାଖରେ ସମାଜର ମଙ୍ଗଳ ଏବଂ ଉତ୍ତରୋତ୍ତର ଉନ୍ନତି କାମନା କରିଛନ୍ତି ।