ସୋନପୁର, ସୋନପୁରରୁ ୪୧ ଲକ୍ଷ ଟଙ୍କାର ନକଲି ୫୦୦ ଟଙ୍କିଆ ନୋଟ୍ ଜବତ କରିଛି ଏସଟିଏଫ । ଏହି ଜାଲ୍ ନୋଟ୍ ସୋନପୁରରୁ ଛତିଶଗଡ଼ ପଠାଯାଉଥିଲା ବୋଲି ସୂଚନା ମିଳିଛି । ଘଟଣାରେ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି । ତା’ର ନାମ ଦୀପକ ମେହେର । ତା’ର ଘର ସୋନପୁର ଜିଲ୍ଲାର ଉଲୁଣ୍ଡା ଅଂଚଳରେ । ଗିରଫ ପରେ ଅଭିଯୁକ୍ତକୁ ବୀରମହାରାଜପୁର ଏସଡିଜେଏମ କୋର୍ଟରେ ହାଜର କରାଯାଇଛି । ଘଟଣାରେ ଆତଙ୍କବାଦୀ ଲିଙ୍କ୍ ଥିବା ସନ୍ଦେହ କରାଯାଉଛି । ଏହାର ତଦନ୍ତ ପାଇଁ ଏନଆଇଏ ର ସହଯୋଗ ଲୋଡାଯିବ ବୋଲି ଖବର ମିଳିଛି ।
Related Stories
November 22, 2024
November 22, 2024