ନୂଆପଡା – ନୂଆପଡା ଜିଲ୍ଲା କୋମନା ବ୍ଲକ ସୁନାବେଡା ଅଭୟାରଣ୍ୟର ସୁନାବେଡା ପଂଚାୟତ ଅନ୍ତର୍ଗତ ଗାତିବେଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ନିଜ ଜନ୍ମ କଲା ପୁଅ ବାପାଙ୍କୁ ପଥରରେ ଛେଚି ହତ୍ୟା କରିବା ପରେ ନିଜେ ଏହ ଗଛରେ ଦଉଡି ଲଗାଇ ଆତ୍ମହତ୍ୟା କରିଛି । ସୂଚନାମତେ ଗାତିବେଡା ଗ୍ରାମର ପୁଅ ଦେବସିଂ ମାଝୀ(୨୭) କୌଣସି କାରଣକୁ କେନ୍ଦ୍ର କରି ଆଜି ଦିନ ୧୧ ଘଂଟା ସମୟରେ ବାପା ଧରମସିଂ ମାଝୀ(୭୦)ଙ୍କୁ ପଥରରେ ଛେଚି ହତ୍ୟା କରିଥିଲେ । ପରେ ଦେବସିଂ ମାଝୀ ଭାରସାମ୍ୟ ହରାଇ ନିକଟସ୍ଥ ଏକ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ନେଇ ସୂଚନା ମିଳିଛି । ଖବର ଲେଖା ହେବା ପର୍ଯ୍ୟନ୍ତ ପୁଲିସ ଘଟଣାସ୍ଥଳରେ ପହଂଚି ନଥିବା ବେଳେ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଅନ୍ୟପକ୍ଷରେ ଏହି ଘଟଣା ଅଂଚଳରେ ଶୋକାକୂଳ ପରିବେଶ ସୃଷ୍ଟି କରିଛି ।
Related Stories
November 23, 2024